ଜଙ୍ଗଲରୁ ୫୦୦ରୁ ଉଦ୍ଧ୍ୱର୍ ଗଛ କାଟି ୭ ଗିରଫ

Get real time updates directly on you device, subscribe now.

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଧିନ ପିଛୁଳାବେଡା ଗାଁ ନିକଟରେ ଥିବା ଅଟେଇ ସଂରକ୍ଷିତ ଜଙ୍ଗଲ ଭିତରେ ବେଧଡ଼କ ଭାବେ ୫୦୦ ରୁ ଉର୍ଦ୍ଧ୍ଵ ଗଛ କଟାଯାଇଥିଲା ଜ୍ଝ ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଆକ୍ସନ ମୁଡ଼କୁ ଆସିଛି ପାଟଣା ବନ ବିଭାଗ । ଗତକାଲି ରାତିରେ ପିଛୁଳାବେଡା ଗ୍ରାମରେ ଚଢ଼ାଉ କରି ଗଛ କଟା ଅଭିଯୋଗ ରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ପିଛୁଳାବେଡା ଜଙ୍ଗଲ କମିଟିର ସଭାପତି ପ୍ରତାପ ମହାକୁଡ଼ ସମେତ ଛୋଟରାୟ ମୁଣ୍ଡା,କାଣ୍ଡେରାମ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ମକରଧ୍ଵଜ ମୁଣ୍ଡା, ଟିମା ମୁଣ୍ଡା ଓ ମନ ମୁଣ୍ଡା ଜ୍ଝ ଏମାନଙ୍କୁ ଜଙ୍ଗଲ ନଷ୍ଟ କରିବା ଅପରାଧ ୧୯୭୨ ଆକ୍ଟରେ ଧାରା ୨୭ ରେ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons