ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ଥିବା କଅଁଳପଡା ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ପାଖାପାଖି ପାଞ୍ଚ ଏକରରୁ ଅଧିକ ଜଙ୍ଗଲରେ ଥିବା ବାଉଁଶ, ଆମ୍ବ, ଲଙ୍କା ଆମ୍ବ ସମେତ ଅନେକ ଔଷଧୀୟ ଗଛ ନିଆଁରେ ଜଳି ନଷ୍ଟ ହୋଇଥିବା ସୂଚନା ମିଳିଛି । ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଦମକଳ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି। ଜଂଗଲରେ ରହୁଥିବା ଅନେକ ଜୀବଜନ୍ତୁଙ୍କ ଅବସ୍ଥା ଗୁରୁତର ଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ରହୁଥିବା ଲୋକମାନେ ଭୟଭୀତ ଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons