ଜଙ୍ଗଲିଆ ରାସ୍ତାରେ ୫ କିମି ବୁହାହେଲେ ଗର୍ଭବତୀ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲାରେ ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ବୁଧବାର ଜଣେ ଗର୍ଭବତୀଙ୍କୁ ଜଙ୍ଗଲିଆ ରାସ୍ତାରେ ୫ କିମି ବୁହା ହୋଇଛି । ପରିବାର ଲୋକେ ଏକ ଖଟିଆରେ ବୋହି ମହିଳାଙ୍କୁ ମେଡିକାଲ ଆଣିଥିଲେ । ଫୋନ କରିବା ସତ୍ତେ୍ୱ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ପରିତାପର ବିଷୟ ହୋଇଛି । ମହିଳା ହେଲେ ଦୁମୁକୁ ଗ୍ରାମର ସାବିତ୍ରୀ ତାଡ଼ିଙ୍ଗି(୩୧) । ଆଜି ଭୋରରୁ ସାବିତ୍ରୀଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ସ୍ଥିର କରିଥିଲେ । ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଗାଡି ଅବା ଆମ୍ବୁଲାନ୍ସ ଆସିବ ସମ୍ଭବ ନଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଏକ ଖଟିଆରେ ମହିଳାଙ୍କୁ ବସାଇ କାନ୍ଧରେ ବୋହିଥିଲେ । ପ୍ରାୟ ୫ କିମି ଜଙ୍ଗଲିଆ ରାସ୍ତାରେ ଚାଲିବା ପରେ ଲାଲିବି ଗାଁ ଛକ ନିକଟକୁ ଆଣିଥିଲେ । ଛକରେ ମହିଳାଙ୍କୁ ରଖି ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ । ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନଥିଲା । ଶେଷରେ ଏକ ଅଟୋ ଭଡା କରି ମହିଳାଙ୍କୁ ଅଣି ପରିବାର ଲୋକେ କୋଲନରା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ତ୍ୱରିତ ପଦକ୍ଷେପ ନେଇ ଚିକିତ୍ସା ଆରମ୍ଭ କରିଥିଲେ । ଶେଷରେ ସାବିତ୍ରୀ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, ଜିଲ୍ଲା ଦେଇ ଯାଇଥିବା ୩୨୬ ନଂ ଜାତୀୟ ରାଜପଥର ମୁକୁନ୍ଦପୁର ଘାଟିଠାରୁ ଦୁମୁକୁ ଗାଁ ୮ କିଲୋମିଟର ଦୂର । ହେଲେ ଆଜିଯାଏ ଗାଁକୁ ଭଲ ରାସ୍ତାଟିଏ ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons