ଜଙ୍ଗଲ ଛାଡ଼ି ଭୟରେ ଗାଁ ମୁହାଁ ହେଉଛନ୍ତି ହାତୀ

Get real time updates directly on you device, subscribe now.

ଯୋଡ଼ା : ଜୀବନ ରକ୍ଷା ଚିନ୍ତାରେ ଜଙ୍ଗଲ ଛାଡ଼ି ଏବେ ଗାଁ ମୁହାଁ ହାତୀପଲ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳରେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି ହାତୀ । କାହିଁକିନା ଚମ୍ପୁଆ ରେଞ୍ଜ ଯୋଡ଼ା ବିଟ୍‌ର ଖଣ୍ଡବନ୍ଧ ଅଞ୍ଚଳରେ ଜଙ୍ଗଲ ସଫା କରିବା ସହ ବ୍ଲାଷ୍ଟିଙ୍ଗ କରାଯାଉଥିବାର ଅଭିଯୋଗ ହୋଇଛି । ଘରୋଇ ଖଣିଗୁଡିକରେ ଦିନ ବେଳା ମଧ୍ୟ ଖଣି ଖନନ ପାଇଁ ବ୍ଳାଷ୍ଟିଙ୍ଗ କରାଯାଉଛି। ଏହି ବ୍ଳାଷ୍ଟିଙ୍ଗ ଶବ୍ଦରେ ଭୟଭିତ ହୋଇ ହାତୀମାନେ ଜଙ୍ଗଲ ଛାଡ଼ି ଅନ୍ୟତ୍ର ପଳାଉଥିବା ଜଣାଯାଏ। ରାଜସ୍ୱ ନିଶାରେ ସରକାର ଖଣି ଖନନ ପାଇଁ ଖଣି ମାଲିକଙ୍କ ହାତକୁ ଟେକି ଦେଇଛନ୍ତି ଜଙ୍ଗଲ। ବସବାସ କରୁଥିବା ନିରିହ ଜୀବଜନ୍ତୁଙ୍କୁ ଅଣଦେଖା କରି ଖଣି ମାଲିକ ଜଙ୍ଗଲ ସଫା କରିବା ସହ ବ୍ଲାଷ୍ଟିଙ୍ଗ କରି ଖଣିଜ ପଦାର୍ଥ ଖୋଳି ଚାଲିଥିବା ବେଳେ ଜଙ୍ଗଲ ଭିତରେ ରହୁଥିବା ପ୍ରାଣୀଙ୍କ କ୍ଷେତ୍ରରେ ଏହା ବିପଦ ସୃଷ୍ଟି କରୁଛି। ହାତୀପଲ ଗାଁମୁହାଁ ହେବାକୁ ଅନେକ ସମୟରେ ସ୍ଥାୟୀ ବାସିନ୍ଦାଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି। ଜଦି ଏହିପରି ପ୍ରକ୍ରିୟା ଲାଗିରହେ ତେବେ ହାତୀ ବଂଶ ଲୋପ ପାଇଯିବେ ବୋଲି ପରିବେଶବିତ୍‌ମାନେ ପୂର୍ବାନୁମାନ କରୁଛନ୍ତି।ଫଳରେ ସେମାନେ ଗାଁ ମୁହାଁ ହେଉଛନ୍ତି। ହାତୀପଲ ଗାଁ ମୁହାଁ ହେଉଥିବା ବେଳେ ବର୍ତ୍ତମାନ ସେମାନଙ୍କ ସୁରକ୍ଷା ଚିନ୍ତା ବଢ଼ିଛ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons