ଜଙ୍ଗଲ ଜମି ପଟ୍ଟା ଦାବିରେ ବିଡିଓଙ୍କୁ ଘେରାଉ

Get real time updates directly on you device, subscribe now.

କୋଟପାଡ଼: ଜଙ୍ଗଲ ଜମି ପଟ୍ଟା ଦାବିରେ କୋଟପାଡ ଦୁରୁଆ ଆଦିବାସୀ ମହିଳା ମହାସଂଘ ଆଜି ବିଡିଓ କାର୍ଯ୍ୟାଳୟ ଘେରାଉ କରିଛି । ଏଥିସହ ବିଡିଓ ଏବଂ ତହସିଲଦାରଙ୍କୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମହାସଂଘ ତରଫରୁ ଏବିଡିଓ ଗୋକୁଳାନନ୍ଦ ଭଟ୍ଟ ଏବଂ ତହସିଲଦାର ଟ୍ୱିଙ୍କଲ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହାର ଏକକିତା ନକଲ ପିଏ ଆଇଟିଡିଏ, କୋଟପାଡ ବନାଞ୍ଚଳ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି ।
ଦାବିପତ୍ରରେ ଜଙ୍ଗଲ ଜମି ପଟ୍ଟା ପାଇଁ ସରକାର ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାରକୁ ସ୍ୱୀକୃତି ଦେଇଛନ୍ତି । ୨୦୦୬ ଓ ୨୦୦୭ ନିୟମ ମୁତାବକ ଏହି ଆଦେଶ ଦିଆଯାଇଛି । କିନ୍ତୁ ଆଜିପର୍ଯ୍ୟନ୍ତ ଅଞ୍ଚଳର ବହୁ ଆଦିବାସୀ ଓ ବନବାସୀଙ୍କୁ ପଟ୍ଟା ପ୍ରଦାନ କରାଯାଇନାହିଁ । ଆସନ୍ତା ୧୫ ଦିନ ମଧ୍ୟରେ ତଦନ୍ତ କରି ପଟ୍ଟା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ବେଳେ ସାଂସଦ ପ୍ରତିନିଧି ସୁଧୀର ମହାନ୍ତି, ସମାଜସେବୀ ଚନ୍ଦ୍ର ସଗରିଆ, ବନ୍ଧୁ ଦୁରୁଆ, ରଞ୍ଜନ ମହୁରିଆ, ମହାସଂଘ ସଭାପତି, ସମ୍ପାଦକଙ୍କ ସମେତ ବହୁ ମହିଳା ଉପସ୍ଥିତ ଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons