ଜଙ୍ଗଲ ମଧ୍ୟରୁ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ନୀଳଗିରି : ଜଙ୍ଗଲରୁ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର । ଉଦଳ ସେରଗଡ ରାଜ୍ୟ ରାଜପଥ ସଜନାଗଡ଼ ଅଂଚଳରେ ଥିବା ତିନି କୋଶିଆ ଜଙ୍ଗଲ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି ।ଘଟଣାସ୍ଥଳରେ ପୋଲିସ ପହଞ୍ଚ ଛାନଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଜଙ୍ଗଲକୁ କିଛି ଲୋକ ପତ୍ର ତୋଳିବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବା ଦେଖି ଘଟଣାସ୍ଥଲକୁ ଯାଇଥିଲେ । ଏକ ଶାଳ ଗଛ ମୂଳରେ ଏକ ମୃତଦେହ ପଡିଥିବାର ଦେଖିଥିଲେ। ଗଛରେ ଏକ ଗାମୁଛା ଝୁଲୁଥିବା ଦେଖିବାକୁ ମଧ୍ୟ ପାଇଥିଲେ। ତିନି ଚାରି ଦିନ ପୂର୍ବରୁ ମୃତ୍ୟୁବରଣ ହୋଇଥିବାରୁ ଶବ ଟି ପଚିଯାଇଛି । ମୃତଦେହର ପରିଚୟ ଚିହ୍ନଟ ହୋଇପାରୁନି। ନୀଳଗିରି ପୋଲିସର ତଦନ୍ତ ଆରମ୍ବ କରିଥିବା ବେଳେ ସାଇଣ୍ଟିଫିକ ଟିମ ତଦନ୍ତ କରାଯିବ ।ମୃତଦେହଟି ବ୍ୟବେଚ୍ଛେଦ ପାଇଁ ପଠାଇଛି।ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ସେପଟେ ଅଞ୍ଚଳବାସୀ ମୃତ୍ୟୁର କାରଣ ଦାବି କରିଛନ୍ତି । ଜଙ୍ଗଲ ଭିତରେ ୪/୫ ଦିନ ଶବ ପଡିବାପରେ ପୋଲିସ ପାଟ୍ରୋଲିଂ ନେଇ ପ୍ରଶ୍ନ ଉଠିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons