ଜଙ୍ଗଲ ସୀମା ସମାଧାନ କ୍ଷେତ୍ର ପାଲଟିଲା ରଣକ୍ଷେତ୍ର

Get real time updates directly on you device, subscribe now.

ନବରଙ୍ଗପୁର, (ବି.ବି.ନୁ୍ୟଜ୍):ଜଙ୍ଗଲ ବିବାଦକୁ ନେଇ ଗାଁ ଗାଁ ମୁହାଁମୁହିଁ ଘଟଣାରେ ଗତ ୨୮ତାରିଖରେ ଗ୍ରାମବାସୀ ସମସ୍ୟାର ସମାଧାନ ପାଇଁ ନବରଙ୍ଗପୁର୍ ଜିଲ୍ଲା ର କୋଷାଗୁମୁଡା ଥାନା, କୋଡିଙ୍ଗା ତହସିଲଦାର ଏବଂ କୋଡିଙ୍ଗା ରେଞ୍ଜରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଜଙ୍ଗଲ ବିବାଦକୁ ନେଇ ଆଜି ଘଡାଧନୁଆ ନିକଟ ପ୍ଳାଣ୍ଟେସନ ଜଙ୍ଗଲରେ ସମାଧାନପାଇଁ ହୋଇଥିବା ବୈଠକ ସ୍ଥଳ ଆଜି ପାଲଟିଛି ରଣକ୍ଷେତ୍ର । ଆଜି ଜଙ୍ଗଲ ବିଭାଗ ପକ୍ଷରୁ କୋଡିଙ୍ଗା ରେଞ୍ଜର ସୁକୁମାର ଦୁଖୁ, କୋଷାଗୁମୁଡା ଫରେଷ୍ଟର ଡି. ଉମେଶ୍ଵର ନାଇଡୁ, କୋଡିଙ୍ଗା ଫରେଷ୍ଟର ପ୍ରଶାନ୍ତ କୁମାର ପାଢୀ, ୩ଟି ଫରେଷ୍ଟ ଗାର୍ଡ ଓ କୋଷାଗୁମୁଡା ପୋଲିସ ପକ୍ଷରୁ ହାବିଲଦାର ରଘୁନାଥ ନାୟକ ଏବଂ ଜଣେ କନେଷ୍ଟବଳ ଘଡାଧନୁଆ ନିକଟ ପ୍ଳାଣ୍ଟେସନ ଜଙ୍ଗଲକୁ ଯାଇଥିଲେ । କୋଭିଡ ନିୟମକୁ ଦୃଷ୍ଠୀରେ ରାଖୀ ବିଭାଗ ପକ୍ଷରୁ ପ୍ରତିପକ୍ଷ ଗାଁରୁ କୋଡିଏ ଜଣ ଲେଖାଏଁ ରହି ସମାଧାନରେ ଯୋଗ ଦେବାକୁ କୁହାଯାଇଥିଲା । ଉଭୟ ପକ୍ଷ କୌଣସି ପଦକ୍ଷେପରେ ରାଜି ନହେବାରୁ ଶେଷରେ ଜଙ୍ଗଲ ବିଭାଗ ଏହି ବିବାଦିତ ଜଙ୍ଗଲକୁ କୌଣସି ଗାଁକୁ ଦାୟିତ୍ଵ ନଦେଇ ବରଂ ନିଜେ ବିଭାଗ ଦାଇତ୍ଵ ବହନ କରିବ ତତ ସହିତ ଜଙ୍ଗଲରେ କୌଣସି ଗାଁ ଲୋକ ଯଦି ଯାନ୍ତି ତେବେ ତାଙ୍କନାମରେ ମାମଲା ରୁଜୁ କରାଯିବ ବୋଲି ଏକ ଲିଖିତ ରାଜିନାମା ପତ୍ରରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଦସ୍ତଖତ ଚାଲିଥିଲା ବେଳେ ୪ଟି ଗ୍ରାମ ସହ ଘଡାଧନୁଆ ଓ କୁମିଗୁଡା ୨ ଗ୍ରାମର ଲୋକ କିଛି କଥାକୁ ନେଇ କଥା କଟାକଟି ହେବାସହ ପ୍ରଥମେ ବଚସା ଏହାପରେ ସମାଧାନ ସ୍ଥଳୀରେ ଗୋଣ୍ଡଗଳ ଆରମ୍ଭ ହୋଇଥିଲା ।ଏଥିରେ ଫରେଷ୍ଟ ଗାର୍ଡ ଉମାଶଙ୍କର ମିଶ୍ରଙ୍କ ମୁଣ୍ଡଫାଟି ଯାଇଥିବା ବେଳେ ଫରେଷ୍ଟ ଗାର୍ଡ ବସନ୍ତ ନାୟକ ଆହତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons