ଜଟିଆ ବାବା ପାହାଡ଼ରୁ ପଥର ଖସି ୨୪ ଭକ୍ତ ଗୁରୁତର

Get real time updates directly on you device, subscribe now.

ନୂଆଗାଁ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରି ଅଞ୍ଚଳରେ ମହାଶିବରାତ୍ରୀରେ ଘଟିଛି ଅଘଟଣ । ଜଟିଆ ବାବା ପାହାଡ଼କୁ ପୂଜା କରିବା ଲାଗି ଯାଇଥିବା ଭକ୍ତଙ୍କ ଉପରେ ଖସିଥିଲା ପଥର । ଏହି ଦୁର୍ଘଟଣାରେ ପ୍ରାୟ ୨୪ ଜଣ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି ।

ହାତୀବାରି ଠାରୁ ପ୍ରାୟ ୮ କିଲୋମିଟର ଦୂର କନ୍ଦରକେଲା ପଞ୍ଚାୟତରରଣାକଟା ଗାଁରେ ଥିବା ଜଟିଆ ବାବା ପାହାଡ଼ ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ । ଏହି ପାହାଡ଼ର ଶିଖରରେ ଶିବ ମନ୍ଦିର ଥିବାରୁ ଏହାକୁ ଜଟିଆ ବାବା ଶୈବପୀଠ ବୋଲି କୁହାଯାଏ । ଆଜି ଶିବରାତ୍ରୀ ଉପଲକ୍ଷେ ଆଖପାଖ ଅଞ୍ଚଳ ବ୍ୟତୀତ ପଡେ଼ାଶୀ ଝାଡ଼ଖଣ୍ଡରୁ ବହୁ ସଂଖ୍ୟାରେ ଭକ୍ତ ଭୋର ୪ଟାରୁ ଶିବଙ୍କ ପୂଜା ଲାଗି ଆସିଥିଲେ । ପାହାଡ଼ର ପାଦଦେଶରେ ଧାଡ଼ି ବାନ୍ଧି ଭକ୍ତମାନେ ଛିଡ଼ା ହୋଇଥିଲେ । ସେଠାରେ ପୁଲିସ୍ ବାହିନୀ ମଧ୍ୟ ମୁତୟନ ଥିଲେ । ତେବେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପାହାଡ଼ ଶିଖରରୁ ଏକ ବିରାଟ ପଥର ଖସି ପଡ଼ିବା ସହ ତାହା ଖଣ୍ଡ ଖଣ୍ଡ ହୋଇ ଧାଡ଼ିରେ ଛିଡ଼ା ହୋଇଥିବା ଭକ୍ତଙ୍କ ଉପରେ ପଡ଼ିଥିଲା । ଏପରିକି ପାହାଡ଼ ପାଦଦେଶରେ ବସିଥିବା କିଛି ଲୋକଙ୍କ ଉପରେ ପଥର ଖଣ୍ଡ ଛିଟିକି ବାଜିଥିଲା । ପାହାଡ଼ରୁ ପଥର ଖସୁଥିବା କଥା ପ୍ରଚାର ହେବା ପରେ ଉପସ୍ଥିତ ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ଓ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ଜଣଙ୍କ ପରେ ଜଣେ ଭକ୍ତଙ୍କ ଶରୀରରେ ପଥର ମାଡ଼ ହୋଇଥିବାରୁ ସେମାନେ ସେଠାରେ ପଡ଼ି ରହିଥିଲେ ।

ଖବର ପାଇ ବୀରମିତ୍ରପୁର ଏସ୍ଡିପିଓ ନିବେଦିତା ସୋରେନ, ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାଶ, ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ ଏବଂ ନୂଆଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ହୋଇଥିବା ଭକ୍ତମାନଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହାତୀବାରି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons