ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବ୍ଲକ୍ଚେନ୍ ଦେଶରେ ଜନସେବାର ଚେହେରା ବଦଳାଇପାରିବ । ଏପରିକି ଏହା ଭାରତୀୟ ନିର୍ବାଚନ ଅଭିଜ୍ଞତାରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ । ବ୍ଲକ୍ଚେନ୍ ମାଧ୍ୟମରେ ଲୋକମାନଙ୍କ ମୋବାଇଲ ଫୋନକୁ ନୋଡ୍ ଭାବେ ବ୍ୟବହାର କରାଯାଇ ପାରମ୍ପରିକ ଭୋଟ୍ ବ୍ୟବସ୍ଥାରେ ସ୍ୱଚ୍ଛତା ଅଣାଯାଇପାରିବ । ଟାଟା ସିଙ୍ଗାପୁର ଏୟାରଲାଇନ୍ସ (ଭିସ୍ତାରା)ର ମୁଖ୍ୟ ସୃଜନଶୀଳ ଓ ସୂଚନା ଅଧିକାରୀ ରବିନ୍ଦର ପାଲ ସିଂହ ଏମିତି ସୂଚନା ଦେଇଛନ୍ତି ।
ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର (ଏକ୍ସଆଇଏମ୍ବି)ର ସିଷ୍ଟମ୍ ଆସୋସିଏସନ୍ (ଏକ୍ସସିସ୍) ଦ୍ୱାରା ଆୟୋଜିତ ବାର୍ଷିକ ଜାତୀୟ କନ୍କ୍ଲେଭ୍ ‘ଏନ୍ଭିଜନ୍ ୨୦୧୯’ରେ ଯୋଗ ଦେଇ ଶ୍ରୀ ସିଂହ ଏହା କହିଛନ୍ତି । ବ୍ଲକ୍ଚେନ୍ ଇନ୍ ଡିଜିଟାଲ ଇକନୋମି ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରି ସେ କହିଛନ୍ତି, ବ୍ଲକ୍ଚେନ୍ କାରବାରକୁ ସରଳ ଓ ଶସ୍ତା କରିବା ସହ ବାଣିଜ୍ୟକୁ ତ୍ୱରାନ୍ୱିତ କରିବ । ଫଳରେ ଅର୍ଥନୀତି ମଧ୍ୟ ତ୍ୱରାନ୍ୱିତ ହେବ ।
ଏହି କନ୍କ୍ଲେଭ୍ରେ ଲ୍ୟାଣ୍ଡମାର୍କ ଗ୍ରୁପ୍ କମ୍ପାନି ସ୍ପାର୍ ଇଣ୍ଡିଆ ମୁଖ୍ୟ ଟେକ୍ନୋଲୋଜି ଅଫିସର (ସିଟିଓ) ସୁନିଲ ନାୟାର କହିଛନ୍ତି, ଖୁଚୁରା ବ୍ୟବସାୟ ଶୃଙ୍ଖଳରେ ବ୍ଲକ୍ଚେନ୍ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । କନ୍କ୍ଲେଭ୍କୁ ଏକ୍ସଆଇଏମ୍ବିର ପ୍ରଫେସର ସଞ୍ଜୟ ମହାପାତ୍ର ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.