ଜନ୍ମବେଳର ଓଜନ, ଉଚ୍ଚତାରୁ ଜଣାପଡ଼ିବ ସ୍ୱାସ୍ଥ୍ୟ

Get real time updates directly on you device, subscribe now.

ଏକ ନୂଆ ଅଧ୍ୟୟନ ଅନୁସାରେ, ବ୍ୟକ୍ତିର ଭବିଷ୍ୟତ ତା’ର ଜନ୍ମ ସମୟରୁ ଅନୁମାନ କରାଯାଇପାରେ । ପରବର୍ତ୍ତୀ ଜୀବନରେ ବ୍ୟକ୍ତି କୌଣସି ହୃଦ୍ ସମସ୍ୟା ସାମ୍ନା କରିବ କି ନାହିଁ, ତା’ର ଜନ୍ମ ସମୟର ଉଭୟ ଓଜନ ଓ ଉଚ୍ଚତାରୁ ତାହା ଡାକ୍ତର ଜାଣିପାରିବେ । ଜନ୍ମ ଓଜନରୁ ଭ୍ରୂଣର ବୃଦ୍ଧି ବିଷୟରେ ଜଣାପଡ଼େ । ଉଚ୍ଚତାରୁ ଭ୍ରୂଣର ଉଭୟ ବୃଦ୍ଧି ଓ ବୃଦ୍ଧିର ପ୍ରକ୍ଷେପ ପଥ ସମ୍ପର୍କିତ ସମସ୍ତ ଛବି ମିଳେ ବୋଲି ଜର୍ଜିୟା ମେଡିକାଲ କଲେଜର ଶିଶୁ ବିଶେଷଜ୍ଞ ଡା. ବ୍ରେନ୍ ଷ୍ଟାନ୍ସଫିଲ୍ଡ କହିଛନ୍ତି । ମାନକ ଉପାୟ ‘ପୋଫେରାଲ୍ ଇଣ୍ଡେକ୍ସ’ ବା ପିଆଇ ସହିତ ବିଏମ୍ଆଇ ବା ବଡି ମାସ୍ ଇଣ୍ଡେକ୍ସ ଉଭୟ ଉଚ୍ଚତା ଓ ଓଜନ କ୍ଷେତ୍ରରେ ଲାଗୁ ହୁଏ । ପିଆଇ ଓ ବିଏମ୍ଆଇ ଭ୍ରୂଣ ବୃଦ୍ଧିର ଅଧିକ ସଠିକ ସଙ୍କେତ ଦିଏ ଏବଂ ପରବର୍ତ୍ତୀ ସମୟରେ ଶିଶୁ ପାଇଁ କ’ଣ ଅଛି, ତାହା ସୂଚନା ଦିଏ । ଅର୍ଲି ହ୍ୟୁମାନ୍ ଡେଭେଲପ୍ମେଣ୍ଟ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । ଅଧ୍ୟୟନ ଅନୁସାରେ, ଜନ୍ମ ସମୟରେ ନିମ୍ନ ପିଆଇ ବା ନିମ୍ନ ବିଏମ୍ଆଇକୁ ଆଶଙ୍କା ରୂପେ ଗ୍ରହଣ କରିବା ଉଚିତ ଏବଂ ଏଥିପାଇଁ ଧ୍ୟାନ ଓ ହସ୍ତକ୍ଷେପ ଜରୁରି । ନିମ୍ନ ପିଆଇଯୁକ୍ତ ଶିଶୁଙ୍କଠାରେ ହୃଦ୍ ସମସ୍ୟାର ସର୍ବାଧିକ ଆଶଙ୍କା ଜଣାପଡ଼ିଥିଲା । ଅଧ୍ୟୟନ ପାଇଁ ଗବେଷକମାନେ ୧୪ରୁ ୧୮ ବର୍ଷ ବୟସର ୩୭୯ ସୁସ୍ଥ ପିଲାଙ୍କୁ ସାମିଲ କରିଥିଲା । ବିଏମ୍ଆଇ ଓ ପିଆଇ ଗଣିବା ପାଇଁ ସେମାନଙ୍କ ଜନ୍ମବେଳର ଓଜନ ଓ ଉଚ୍ଚତାକୁ ଯାଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons