ଉମରକୋଟ, (ବି.ବି.ନୁ୍ୟଜ୍): ଜଣେ ବ୍ୟକ୍ତି ତାଙ୍କ ପୁଅକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ପୋଲିସ ତାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନ ସରଗୁଲି ଗାଁରେ । ମୃତ ଯୁବକଙ୍କ ନାଁ ଅସିତ ବସୁ । ତାଙ୍କୁ ୨୨ ବର୍ଷ ହୋଇଥିଲା । ଅଭିଯୁକ୍ତଙ୍କ ନାଁ ଅମଲ ବସୁ । ଅମଲ ବସୁ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୧୫ ବର୍ଷ ତଳେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଏହା ପରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଜେଲରୁ ପେରିବା ପରେ ଦ୍ୱିତୀୟ ସ୍ତ୍ରୀ ଓ ଛୁଆଙ୍କୁ ଧରି କୁମୁଲି ଗାଁ ଛକ ନିକଟରେ ଥିବା ନିଜ ଚାଷ ଜମି ନିକଟରେ ରହିଥିଲେ । କିନ୍ତୁ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଅସିତ ଓ ବିଶ୍ୱଜିତଙ୍କ ସହ ଜମିଜମାକୁ ନେଇ ତାଙ୍କର ଗଣ୍ଡଗୋଳ ଲାଗି ରହିଥିଲା । ୬ ମାସ ତଳେ ଅସିତଙ୍କ ସହିତ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା । ଏହା ପରେ ଅସିତ ଗିରଫ ହୋଇ ଜେଲ୍ ଯାଇଥିଲେ । ଗତକାଲି ପୁଣି ଅସିତ୍ ଓ ତାଙ୍କ ବାପାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମ୍ରରେ ଅମଲ ଉତ୍କ୍ଷିପ୍ତ ହୋଇ ଅସିତଙ୍କୁ ପିଟି ପିଟି ମାରି ଦେଇଥିଲେ । ଘଟଣା ସଂପର୍କରେ ଖବର ପାଇ ଉମରକୋଟ ଏସଡିପିଓ ହେମନ୍ତ କୁମାର ପାଢ଼ୀ ଏବଂ ରାଇଘର ଥାନା ଅଧିକାରୀ ପୂରା ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବିଭିନ୍ନ ସ୍ତାନରେ ଚଢ଼ାଉ କରି ଅଭିଯୁକ୍ତ ଅମଲ ବସୁଙ୍କୁ ଗିରଫ କରିଥିଲେ ।


Comments are closed, but trackbacks and pingbacks are open.