ବାଲିପାଟଣା: ଦେଢ଼ଶୁର ମାଡରେ ଭାଇ ବୋହୂ ଗୁରୁତର। ଗୁରୁତର ଭାଇ ବୋହୂଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲିପାଟଣା ଥାନା ମହୁଖଣ୍ଡା ଗ୍ରାମର ବସନ୍ତ ସାହୁ ଏବଂ ସୁକାନ୍ତ ସାହୁଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା।
ଗୁରୁବାର ଦିନ ପୁନର୍ବାର ଜମିଜମାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ବସନ୍ତ ସାହୁଙ୍କ ପୁତ୍ର ବାବୁ ସାହୁ ଏକ କଟୁରୀରେ ନିଜ ଭାଇ ବୋହୂଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲା। ଆକ୍ରମଣରେ ଭାଇବୋହୂଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଗୁରୁତର ଅବସ୍ଥାରେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ମିତାଲିଙ୍କ ଶ୍ୱଶୁର ସୁକାନ୍ତ ସାହୁ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।


Comments are closed, but trackbacks and pingbacks are open.