ଜମି ପାଇଁ ସାବତ ଭାଇଙ୍କ ରକ୍ତହୋଲି

Get real time updates directly on you device, subscribe now.

ମନମୁଣ୍ଡା,(ବି.ବି.ନୁ୍ୟଜ): ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାଞ୍ଚଳରେ ଆଜି ଏକ ନାରକୀୟ କାଣ୍ଡ ଘଟିଛି । ସାବତ ଭାଇଙ୍କ କଳି ମଧ୍ୟରେ ବଡ଼ି ପଡ଼ିଛନ୍ତି ବାପା । ଭାଇଭାଇଙ୍କ ରକ୍ତାକ୍ତ ସଂଘର୍ଷ ମଧ୍ୟରେ ବାପାଙ୍କ ମୃତୁ୍ୟ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଥାନାଞ୍ଚଳର ଘିକୁଣ୍ଡି ପଂଚାୟତ କଲରାଝୁଲି ଗାଁର ଜଗବାନ ନାୟକ (୭୦) । ଏଥିରେ ତାଙ୍କ ତିନି ପୁଅ ମଧ୍ୟ ଗୁରୁତର ହୋଇଛନ୍ତି ।
ପୁଲିସର ସୂଚନାମତେ, ମୃତ ଭଗବାନଙ୍କ ପ୍ରଥମ ପନôୀଙ୍କ ପୁଅ କୃଷ୍ଣଚନ୍ଦ୍ର (୭୦) ଏବଂ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ସଂଜୀବ ଓ ରଞ୍ଜିତଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଜମିବାଡ଼ି ଭାଗବଣ୍ଟାକୁ ନେଇ କଳି ଲାଗି ରହିଛି । ବାପ ସମ୍ପତ୍ତିରୁ କୃଷ୍ଣଚନ୍ଦ୍ର ଭାଗ ଦାବି କରୁଥିବାବେଳେ ବାପା ଓ ସାବତ ଭାଇଭାଇମାନେ ଏହାକୁ ବିରୋଧ କରିଥିଲେ । ସେମାନଙ୍କ ଯୁକ୍ତି ହେଲା ଯେହେତୁ କୃଷ୍ଣଚନ୍ଦ୍ର ଏକା ଭୋଇଙ୍କ ପାଖରେ ପୌଷ୍ୟପୁତ୍ର ଅଛନ୍ତି, ଏଣୁ ବାପ ସମ୍ପତିରେ ତାଙ୍କର ଆଉ କୌଣସି ଭାଗ ନାହିଁ । ଏହାକୁ କେନ୍ଦ୍ରକରି ଶୁକ୍ରବାର କୃଷ୍ଣଚନ୍ଦ୍ର ଘରକୁ ତାଙ୍କ ବାପା ଭଗବାନ, ସାବତ ଭାଇ ସଂଜୀବ ଓ ରଞ୍ଜିତ ଆସି ଭଙ୍ଗାରୁଜା କରିଥିଲେ । ସେହିଦିନ ସନ୍ଧ୍ୟା ୬ ଟାରେ କୃଷ୍ଣଚନ୍ଦ୍ର ନିଜ କାକା ସୁରୁ ନାୟକ, ତାଙ୍କ ପୁଅ ଜୟନ୍ତ ଓ ଅନନ୍ତଙ୍କ ସହ ଘରକୁ ଯାଇ ସେମାନଙ୍କଠାରେ ପ୍ରତିବାଦ କରିଥିଲେ । ଏହାପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ଉଠିଥିଲା । କୃଷ୍ଣଚନ୍ଦ୍ର ଗୋÂୀ ଗାଳିଗୁଲଜ କରି ଟାଙ୍ଗିଆ, ଓ ମେଢ଼ାରେ ଆକ୍ରମଣ କରିଥିଲେ । ଅପରଗୋÂୀର ମଧ୍ୟ ଏହାର ପାଲଟା ଆକ୍ରମଣ କରିଥିଲେ । ଟାଙ୍ଗିଆ, ବର୍ଚ୍ଛି, ମେଢ଼ାରେ ପୁଅମାନଙ୍କ ଆକ୍ରମଣ ପ୍ରତିଆକ୍ରମଣରେ ବୃଦ୍ଧ ବାପା ଭଗବାନଙ୍କ ମୃତୁ୍ୟ ହୋଇଥିଲା । ତାଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ପ୍ରଥମେ ସୋନପୁର ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ତାଙ୍କର ମୃତୁ୍ୟ ହୋଇଥିଲା । ତେବେ ବୁର୍ଲା ଡାକ୍ତରଖାନାରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ଗାଁରେ ଦାହ କରାଯାଇଥିଲା । ଏଥିରେ ସଞ୍ଜୀବଙ୍କ ଡାହାଣ ହାତ ପାପୁଲିରେ ବର୍ଚ୍ଛି ମାଡ଼ ହୋଇଛି । କୃଷ୍ଣଚନ୍ଦ୍ରଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ଲାଗିଛି । ତାଙ୍କୁ ପ୍ରଥମେ ମନମୁଣ୍ଡା ସିଏଚ୍ସି ଓ ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ କୃଷ୍ଣଚନ୍ଦ୍ରଙ୍କ କୋଭିଡ ପଜିଟିଭ ଜଣାପଡ଼ିବାରୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ କୃଷ୍ଣଚନ୍ଦ୍ରଙ୍କ ତରଫରୁ ତାଙ୍କ କାକା ସୁରୁଙ୍କ ପୁଅ ସୁଶାନ୍ତ ଥାନାରେ ଏତଲା ଦେଇଥିଲେ । ତାଙ୍କ ଏତଲାକୁ ଭିତ୍ତିକରି ଆଇପିସି ଧାରା ୩୦୭ ଓ ଅନ୍ୟ ଧାରା ଅନୁଯାୟୀ ଏକ ମାମଲା ୧/୨୦ ରୁଜୁ କରାଯାଇଛି । ସେହିପରି ମୃତକଙ୍କ ଦ୍ୱିତୀୟ ପନôୀଙ୍କ ପୁଅ ସଂଜୀବ ଏକ ପାଲଟା ଏତଲା ମଧ୍ୟ ଦାଏର କରିଛି । ଏତଲା ପ୍ରକାରେ ମନମୁଣ୍ଡା ଥାନାରେ ଆଇପିସି ଧାରା ୩୦୨ ଅନୁଯାୟୀ ଏକ ମାମଲା ନମ୍ବର ୨/୨୦ ମଧ୍ୟ ରୁଜୁ କରାଯାଇଛି । ମାମଲାରେ ସୁରୁ, ତାଙ୍କ ପୁଅ ଜୟନ୍ତ ଓ ଅନନ୍ତକୁ ମନମୁଣ୍ଡା ପୁଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଲାଇ ଥିବା ଆଇଆଇସି ଗାପୀନାଥ ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons