ଲକ୍ଷେ୍ନø: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲା ଉଭା ଗ୍ରାମରେ ଆଜି ଏକ ଜମି ବିବାଦକୁ ନେଇ ହିଂସାକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୨୫ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ମହିଳା ଅଛନ୍ତି । ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୁଲିସ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।
ପୁଲିସ ସୂଚନା ଅନୁସାରେ ୧୦୦ ବିଘା ଜମିକୁ ନେଇ ଗତ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବହୁଦିନ ହେଲା ବିବାଦ ଲାଗି ରହିଥିଲା । ଗାଁ’ର ମୁଖିଆ ଦୁଇବର୍ଷ ତଳେ ସେହି ଜମି କିଣିଥିଲେ । କିନ୍ତୁ ଗାଁର କିଛି ବ୍ୟକ୍ତି ଏହାକୁ ଗାଁ ସମ୍ପତ୍ତି ବୋଲି ଦର୍ଶାଇବା ସହ ତାଙ୍କୁ ବିରୋଧ କରିଥିଲେ । ଆଜି ଗାଁ ମୁଖିଆ ତାଙ୍କର କିଛି ସହଯୋଗୀଙ୍କୁ ଧରି ସେହି ଜମିକୁ କବ୍ଜା କରିବା ଲାଗି ଆସିଥିଲା ବେଳେ ଗାଁ ଲୋକେ ବିରୋଧ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଉଭୟ ଗୋଷ୍ଠୀ ପରସ୍ପର ଉପରରେ ଠେଙ୍ଗାବାଡି ଓ ହାତ ହତିଆର ଧରି ଆକ୍ରମଣ କରିଥିଲେ । ପରେ ଗୁଳିମାଡ଼ ମଧ୍ୟ ହୋଇଥିଲା । ମୃତ୍ୟୁବରଣ କରିଥିବା ଲୋକମାନେ ସମସ୍ତେ ଗୋଟିଏ ଗୋଷ୍ଠୀର ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ତଦନ୍ତ ଲାଗି ଜିଲ୍ଲା ମାଜିଷ୍ଟ୍ରେଟ ଅଙ୍କିତ କୁମାର ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ପୁଲିସ ଡିଜି ବ୍ୟକ୍ତିଗତ ଭାବେ ଘଟଣାର ଅନ୍ୟୁନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୃତବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କୁ ଚିକିତ୍ସ । ସହାୟତା ଯୋଗାଇଦେବା ଲାଗି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଗାଁ’ରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ କରଯାଇଛି । ପୁଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ।
Comments are closed, but trackbacks and pingbacks are open.