ଜମି ବିବାଦ: ୫ଘଣ୍ଟା ପୋଲିସ ଗ୍ରାମବାସୀଙ୍କ ଦ୍ୱାରା ଅଟକ

Get real time updates directly on you device, subscribe now.

ଗୋପ: ଜମି ବିବାଦକୁ ତୁଲାଇବାକୁ ଆସି ଫସିଲା ପୋଲିସ । ୫/୬ ଘଣ୍ଟା ଧରି ପୋଲିସକୁ ଅଟକ ରଖିଲେ ବେଣିପୁର ଗାଁର ଜଗବନ୍ଧୁ ଓ ଗ୍ରାମବାସୀ । ଦୀର୍ଘଦିନ ହେଲା ଏକ ଜମିକୁ ନେଇ ଗାଁର ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲେ ।
ପୁରୀ ଗୋପ ବ୍ଲକ ଅନ୍ତର୍ଗତ ବେଣିପୁରି ଗାଁରେ ଜଗବନ୍ଧୁ ରାଉତ ଏବଂ ପୂର୍ଣ୍ଣ ଚନ୍ଦ୍ର ପରିଡା ମଧ୍ୟ୍ୟ ରେ ବିବାଦ ଲାଗିଥିଲା । ଉଭୟ ପକ୍ଷରୁ ଗୋପ ଥାନାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ । ପୋଲିସ ଗାଁର ମୁଖିଆଙ୍କୁ ଏହାର ସମାଧାନ କରିବା ପାଇଁ ଦାୟିତ୍ବ ଦେଇଥିଲେ। କିନ୍ତୁ ସେଥିରେ କୌଣସି ସୁଫଳ ମିଳିନଥିଲା କ୍ଷ
ଜଗବନ୍ଧୁ ରାଉତ ପେର ସେହି ବିବାଦୀୟ ଜମିରେ ଜବରଦସ୍ତ ଘର ତୋଳିବା ଆରମ୍ଭ କରିଥିଲେ। ଘର ନିର୍ମାଣକୁ ପ୍ରତିବାଦ କରି ପ୍ରତିପକ୍ଷ ପୂର୍ଣ୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ସମେତ ଦୁଇ ଏସଆଇ ଏବଂ ଚାରି କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀ ସହିତ ଜଗବନ୍ଧୁ ପରିବାର ମିଶି ପୋଲିସକୁ ପାଞ୍ଚରୁ ଛଅ ଘଣ୍ଟା ଧରି ଅଟକ ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons