ଜମ୍ମୁରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଲା

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ ଡିଭିଜନର ସମସ୍ତ ଅଞ୍ଚଳରୁ ପ୍ରଶାସନ କର୍ଫ୍ୟୁ ହଟାଇ ଦେଇଛି । କିନ୍ତୁ କାଶ୍ମୀରର ବିଭିନ୍ନ ଭାଗରେ ଏପରି କଟକଣା ଜାରି ରହିଛି । ଆଉ କିଛି ଦିନ ଯାଏଁ ଏଭଳି କଟକଣା ଜାରି ରହିବ । ସମଗ୍ର ଜମ୍ମୁ-କାଶ୍ମୀରରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । କେଇ ଦିନ ତଳେ କିଛି ଲୋକ ବିକ୍ଷୋଭ କରିଥିଲେ । ମାତ୍ର ପୁଲିସ ସେମାନଙ୍କୁ ଘଉଡାଇ ଦେଇଥିଲା । ବିକ୍ଷୋଭକାରୀଙ୍କ ମଧ୍ୟରୁ କେତେ ଜଣ ପେଲେଟ ମାଡ଼ ଯୋଗୁ ଆହତ ହୋଇଛନ୍ତି । ବୁଧବାର ଏହି ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ପୁଲିସ ଏଡିଜି ମୁନ୍ନିର ଖାନ । ସେ କହିଛନ୍ତି କି ଏବେ ପ୍ରଶାସନ ସ୍ୱାଧୀନତା ଦିବସ ପାଳନ ଉପରେ ଧ୍ୟାନ କେନ୍ଦ୍ରୀତ କରୁଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେଣୁ ସମସ୍ତେ ‘ଦବାକେ( ଜୋରସୋରରେ ଅଥବା ବଡ଼ ଆକାରରେ)’ ସ୍ୱାଧୀନତା ଦିବସ ପାଳନ କରିପାରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons