ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ହୁଡାଙ୍କ ସମର୍ଥନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ହରିୟାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଆଜି ଦୃଢ଼ ସମର୍ଥନ କରିଛନ୍ତି । କେବଳ ଏତିକି ନୁହେଁ ଏହି ପ୍ରସଙ୍ଗରେ ଦଳର ଆଭିମୁଖ୍ୟକୁ ମଧ୍ୟ ସେ କଡା ସମାଲୋଚନା କରିଛନ୍ତି । ରୋହତକରେ ଏକ ରାଲିକୁ ସମ୍ବୋଧନ କରି ହୁଡା କହିଛନ୍ତି ଯେ ଦେଶଭକ୍ତି ଓ ଆତ୍ମସମ୍ମାନ ସହିତ କୌଣସି ପ୍ରକାର ସାଲିସ କରାଯିବାର ପ୍ରଶ୍ନ ଉଠୁନାହିଁ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଠିକ୍ । ସେଥିପାଇଁ ସେ ତାକୁ ସମର୍ଥନ କରୁଛନ୍ତି । କିନ୍ତୁ ଏହାକୁ କଂଗ୍ରେସର କିଛି ସାଥୀ ବିରୋଧ କରୁଛନ୍ତି । ଏହି ପ୍ରସଙ୍ଗରେ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ସେହିଭଳି ହରିୟାନାର ମନୋହରଲାଲ ଖ;ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି । କହିଛନ୍ତି ରାଜ୍ୟ ସରକାର ନିଜର ବିଫଳତାକୁ ଘୋଡାଇବାକୁ ୩୭୦ ଧାରା ଉଚ୍ଛେଦକୁ ଅସ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons