ଜମ୍ମୁ-କାଶ୍ମୀରରେ କଟକଣାକୁ ମାସେ:୧୫ ଦିନ ଭିତରେ ସ୍ୱାଭାବିକ ହେବ ସ୍ଥିତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପୂର୍ବରୁ କଟକଣା ଲାଗୁ କରାଯିବାକୁ ଏକମାସ ହୋଇଛି । ଅଗଷ୍ଟ ୫ରେ ରାଜ୍ୟକୁ ମିିଳିଥିବା ସ୍ୱତନ୍ତ୍ର ମାନ୍ୟତା ସଂକ୍ରାନ୍ତ ଏହି ଦୁଇଧାରାକୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । କିନ୍ତୁ ତା’ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ କଟକଣା ଲଗାଯାଇଥିଲା । ଟେଲିଫୋନ, ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେଉଥିଲା ବେଳେ ୯୦ ପ୍ରତିଶତ ଅଞ୍ଚଳରୁ କଟକଣା ହଟାଇ ଦିଆଯାଇଛି । ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁÂାନ, ବ୍ୟବସାୟିକ ପ୍ରତିÂାନ ଖୋଲିଛି । ବହୁ ଅଞ୍ଚଳରେ ଟେଲି ଯୋଗାଯୋଗ ସ୍ୱାଭାବିକ ହୋଇଛି । ଅବଶିଷ୍ଟ ଅଞ୍ଚଳରେ ୧୫ ଦିନ ଭିତରେ କଟକଣା ଉଠିବା ସହ ଟେଲି ଯୋଗାଯୋଗ ସ୍ୱାଭାବିକ ହେବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ।
ଜମ୍ମୁ-କାଶ୍ମୀରରୁ ଆସିଥିବା ଏକ ୧୦୦ ଜଣିଆ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଓ ତାଙ୍କ ମନ୍ତ୍ରଣାଳୟର ବରିÂ ଅଧିକାରୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା କାଳରେ ଶାହ ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ ଆଗାମୀ ୧୫ ଦିନ ଭିତରେ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ କଟକଣା ଉଠିଯିବ ଏବଂ ମୋବାଇଲ ଓ ଇଣ୍ଟରନେଟ ସେବା ପୂର୍ବଭଳି ସ୍ୱାଭାବିକ ହେବ । ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରର ଏକ ପ୍ରତିନିଧି ଦଳ ଶାହଙ୍କୁ ପ୍ରଥମ ଥର ପାଇଁ ଭେଟିଛନ୍ତି । ଏହି ପ୍ରତିନିଧି ଦଳରେ ପୁଲୱାମା, କାଶ୍ମୀର, ଜମ୍ମୁ ଓ ଲଦାଖ ଅଞ୍ଚଳର ସରପଞ୍ଚ ଓ ୱାର୍ଡମେମ୍ବରମାନେ ସାମିଲ ଥିଲେ । ଏହି ଅବସରରେ ଶାହ ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ବୀମା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଗତ ଶନିବାର ଶାହ କହିଥିଲେ ଯେ ୩୭୦ ଧାରା ଯୋଗୁ ଭାରତରେ ଜମ୍ମୁ-କାଶ୍ମୀର ମିଶିବାରେ ବାଧା ସୃଷ୍ଟି ହୋଇଥିଲା । ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯେଉଁ ଦୃଢ଼ ସମର୍ଥନ ଦେଇଥିଲେ ତାହାରି ଆଧାରରେ ସରକାର ଧାରା ୩୭୦କୁ ଉଠାଇ ଦେଇଛନ୍ତି । ଏବେ ଆତଙ୍କବାଦକୁ ଦମନ କରାଯିବା ସହ ରାଜ୍ୟ ବିକାଶ ପଥରେ ଅଗ୍ରସର ହୋଇପାରିବ ବୋଲି ଶାହ ଆଶାବ୍ୟକ୍ତ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ମୋଦି ୩୭୦ ଧାରା ଉଚ୍ଛେଦକୁ ଦୃଢ଼ ସମର୍ଥନ କରିନ୍ତି । କହିଚନ୍ତି ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ତଥା ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତ୍ତିରେ ସ୍ୱଚ୍ଛତା ପୂର୍ବକ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଛି । ଏହି ଧାରାରେ ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିଲେ ମଧ୍ୟ ରାଜ୍ୟ ବହୁଦିନ ହେଲା ଅନଗ୍ରସର ହୋଇ ରହିଥିଲା । ଏବେ ରାଜ୍ୟ ବିକାଶ ପଥରେ ଆଗକୁ ଅଗ୍ରସର ହେବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons