ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଏବଂ ଓମାର ଗିରଫ

Get real time updates directly on you device, subscribe now.

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଓ ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲାଙ୍କୁ ସୋମବାର ସନ୍ଧ୍ୟାରେ ପୋଲିସ ଗିରଫ କରିଛି। ଗିରଫ ପରେ ସେମାନଙ୍କୁ ଶ୍ରୀନଗରର ହରିନିବାସ ଗେଷ୍ଟ ହାଉସରେ ରଖାଯାଇଛି। ଉଭୟ ନେତାଙ୍କୁ ଗତ ବିଳମ୍ବିତ ରାତ୍ରିରେ ନଜରବନ୍ଦୀ କରାଯାଇଥିଲା। ସମଗ୍ର ଉପତ୍ୟାକାରେ ୧୪୪ ଧାରା ବଳବତ୍ତର ରହିଛି। ମହବୁବା ମୁଫ୍ତି ଓ ଓମାର ଅବଦୁଲ୍ଲା ଲଗାତାର ବୟାନବାଜୀ କରୁଥିଲେ। ଏଣୁ ଉପତ୍ୟାକାର ଶାନ୍ତି କାୟମ ରଖିବାକୁ ସତର୍କତା ସ୍ୱରୁପ ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।
ଉପତ୍ୟାକାରେ ଏବେ ମଧ୍ୟ ଅନେକ ନେତା ନଜରବନ୍ଦୀ ରହିଛନ୍ତି। ଏମାନଙ୍କ ମଧ୍ୟରେ ସଜ୍ଜାଦ ଲୋନଙ୍କ ସମେତ ବିଛିନ୍ନତାବାଦୀ ନେତା ଓ ରାଜନୈତିକ ପାର୍ଟିର ନେତା ଥିବା ଜଣାପଡିଛି। ଗତ ରାତ୍ରିରୁ ଉପତ୍ୟାକାରେ ମୋବାଇଲ, ଲ୍ୟାଣ୍ଡଲାଇନ ସମେତ ଇଣ୍ଟରନେଟ୍ ବ୍ରଡବ୍ୟାଣ୍ଡ ବନ୍ଦ କରିଦିଆଯାଇଛି। ତେବେ ପରିସ୍ଥିତି ଉପରେ ନଜର ରଖିବା ଲାଗି ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କୁ ସାଟେଲାଇଟ୍ ଫୋନ ଯୋଗାଇ ଦିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons