ଜମ୍ମୁ-କାଶ୍ମୀର ସଚିବାଳୟରୁ ହଟିଲା ରାଜ୍ୟ ପତାକା

Get real time updates directly on you device, subscribe now.

ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବା ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ହେବା ପରେ ଆଜି ଶ୍ରୀନଗରସ୍ଥିତ ସଚିବାଳୟରେ ଲାଗିଥିବା ରାଜ୍ୟ ପତାକାକୁ ହଟାଇ ଦିଆଯାଇଛି । ସେଠାରେ କେବଳତ୍ରିରଙ୍ଗା ପତାକା ଶୋଭାପାଉଛି । ପୂର୍ବରୁ ସେଠାରେ ତ୍ରିରଙ୍ଗା ସହିତ ରାଜ୍ୟ ପାଇଁ ଥିବା ପୃଥକ ପତାକା ଲାଗିଥିଲା । କେବଳ ଏହି ଅଟ୍ଟାଳିକା ନୁହେଁ ସବୁ ସରକାରୀ ଅଟ୍ଟାଳିକାରେ ଏଣିକି କେବଳ ତ୍ରିରଙ୍ଗା ଉଡିବ । ସେଠାରୁ ରାଜ୍ୟର ପତାକାକୁ ହଟାଯିବ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବର୍ଣ୍ଟମାନ ଅନେକ ସରକାରୀ କୋଠାରେ ରାଜ୍ୟର ସ୍ୱତନ୍ତ୍ର ପତାକା ସହିତ ତ୍ରିରଙ୍ଗା ଦେଖିବାକୁ ମିଳୁଛି । ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଯାହାଫଳରେ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା । ଏଥିସହ ରାଜ୍ୟକୁ ଦୁଇଟି (ଜମ୍ମୁ-କାଶ୍ମୀର ଓ ଲଦାଖ) କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ସରକାର ଘୋଷଣା କରିଥିଲେ । ଯାହାଫଳରେ ଜମ୍ମୁ-କାଶ୍ମୀରର ଭାରତରେ ପୂର୍ଣ୍ଣାଙ୍ଗ ଭାବେ ସାମିଲ ହୋଇଥିଲା । ତେଣୁ ରାଜ୍ୟ ପାଇଁ ବହୁବର୍ଷ ହେଲା ପ୍ରଚଳିତ ହୋଇଆସୁଥିବା ପୃଥକ ସମ୍ବିଧାନ, ପୃଥକ ଆଇନ ଓ ପୃଥକ ପତାକାକୁ ରଦ୍ଦ କରାଯାଇଥିଲା । ଏଣିକି ଜମ୍ମୁ-କାଶ୍ମୀର ଭାରତର ସମ୍ବିଧାନ ଅନୁସାରେ ପରିଚାଳିତ ହେବ । ତେଣୁ ରାଜ୍ୟକୁ କେବଳ ତ୍ରିରଙ୍ଗା ପତାକାକୁ ଗ୍ରହଣ କରିବାକୁ ପଡିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons