ବାରିପଦା : ଅନ୍ୟ ଜାତିରେ ବାହା ହୋଇଟିବାରୁ ସେ ହୋଇଛନ୍ତି ବାସନ୍ଦ। ଆଦିବାସୀ ପରମ୍ପରା ଭାଙ୍ଗି ଥିବାରୁ ସ୍ତ୍ରୀ ଙ୍କ ଶବକୁ ମଧ୍ୟ ମିଳୁନାହିଁ ଚାରି କାନ୍ଧ। ମୟୁରଭଞ୍ଜ କୁଳିଅଣା ବ୍ଲକ କୁଚେଇ ଗାଁରେ ଘଟିଛି ଏହି ଘଟଣା। ଗାଁର କାନ୍ଦ୍ରା ସୋରେନ ପଳାଶବଣୀ ଗାଁର ପାର୍ବତୀ ଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଆଦିବାସୀ ପରମ୍ପରା ଅନୁସାରେ ଗାଁ-ସାହି-ପଡିଶା ଙ୍କୁ ଦବାକୁ ଥିବା ଉପହାର (ପଣ) ଦେଇନଥିଲେ। ତେଣୁ ଗତକାଲି ଠାରୁ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ପାର୍ବତୀଙ୍କ ମୃତଦେହକୁ କାନ୍ଧଦେଇ ନଥିଲେ ଗାଁ ଲୋକେ।
କାନ୍ଦ୍ରା ଙ୍କ ଠାରୁ ପଣ ଦେବାର ପ୍ରତିଶୃତି ପାଇବା ପରେ ମଧ୍ୟ ଗାଁ ଲୋକେ ମାନି ନଥିଲେ। ଖବର ପାଇ କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଁ ଲିକାଙ୍କୁ ବୁଝା ସୁଝା କରିବା ସହିତ ଶବ ସତ୍କାର କରାଇବା ଲାଗି ଚେଷ୍ଟା କରୁଛନ୍ତି।
Comments are closed, but trackbacks and pingbacks are open.