ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜରୁରୀ ସେବା ପ୍ରଦାନକାରୀଙ୍କ ପାଇଁ ଲକ୍ ଡାଉନ୍ ପାସ୍ ବଣ୍ଟନ ନିୟମ ବଦଳିଛି । ଏବେ ପାସ୍ ନୁହେଁ ଆଇ-କାର୍ଡ ଦେଖାଇ ଯାଇପାରିବେ ବୋଲି କମିଶନରେଟ ପୁଲିସ କହିଛି । ପାସ୍ ବାଣ୍ଟିବା ବେଳେ ସାମାଜିକ ଦୂରତା ରକ୍ଷା ହେଉନଥିବାରୁ ବଣ୍ଟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଏହା ବଦଳରେ ଆଇଟି ପ୍ଲାଟଫର୍ମ ଯୋଗେ ପାସ୍ ଦିଆଯିବ ବୋଲି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ।
ଜରୁରୀକାଳୀନ ସେବାପ୍ରଦାନକାରୀଙ୍କ ଯାତାୟତରେ ଅସୁବିଧା ନ ହେବାକୁ ପୁଲିସ ପକ୍ଷରୁ ସୋମବାର ଏହି ଲକ୍ ଡାଉନ୍ ପାସ୍ ବଣ୍ଟନ ବ୍ୟବସ୍ଥା ହୋଇଥିଲା । ଆଜି ସନ୍ଧ୍ୟା ସୁଦ୍ଧା ନିକଟସ୍ଥ ଥାନାରୁ ଏହି ପାସ୍ ଆଣିବାକୁ ପୁଲିସ କହିଥିଲା । ଗତକାଲି ରାତିରେ ଏହି ପାସ୍ ଆଣିବା ପାଇଁ କିଛି ଥାନାରେ ଭିଡ଼ ଦେଖାଯାଇଥିଲା । ବିଶେଷକରି ଚନ୍ଦ୍ରଶେଖରପୁର ଥାନାରେ ପାସ୍ ଆଣିବାକୁ ଲୋକମାନେ ବେଶୀ ଭିଡ଼ ଜମାଇଥିଲେ ।
ପରେ ଥାନାରେ ପାସ୍ ବଣ୍ଟିବାକୁ ବନ୍ଦ କରି ଡିସିପିଙ୍କ ଅଫିସରୁ ଏହି ପାସ୍ ଆଣିବାକୁ କୁହାଯାଇଥିଲା । ପାସ୍ ବାଣ୍ଟିବାକୁ ଡିସିପି ଅଫିସ ଭିତରେ ଅସ୍ଥାୟୀ ଶିବିର ନିର୍ମାଣ ହୋଇଥିଲା । ଜରୁରୀ ସେବାପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଧାଁ ଦୌଡ଼ ଲାଗିଥିଲା । ଥାନାରୁ ଡିସିପି ଅଫିସ ଯାଏଁ ଅନେକ ଧାଇଁ ନୟାନ୍ତ ହୋଇଥିଲେ । ଆଜି ସକାଳୁ ଡିସିପି ଅଫିସ ଭିତରେ ଜରୁରୀ ସେବା ପ୍ରଦାନକାରୀ ବ୍ୟକ୍ତିବିଶେଷ ପାସ୍ ଆଣିବାକୁ ଭିଡ଼ ଜମାଇଥିଲେ । ଏସବୁ ସ୍ଥାନରେ ଲୋକଙ୍କ ଭିଡ଼ ଯୋଗୁଁ ସାମାଜିକ ଦୂରତା ରକ୍ଷା କରାଯାଉ ପାରୁନଥିଲା । ଫଳରେ ସେଠାରେ କରୋନା ସଂକ୍ରମଣ ଆଶଙ୍କା ବଢ଼ୁଥିବା ଦେଖି କମିଶନରେଟ୍ ପୁଲିସ ଏହି ନୂଆ ଫର୍ମୁଲା ଆପଣାଇଛି ।
ସିପି ଡ. ଷଡ଼ଙ୍ଗୀ କହିଛନ୍ତି, ଜରୁରୀ ସେବା ପ୍ରଦାନ କାରୀ ବ୍ୟକ୍ତିବିଶେଷ ନିଜ ଆଇ-କାର୍ଡ ଦେଖାଇ ଯାଇପାରିବେ । ଏଥର ପାସ୍ଗୁଡ଼ିକ ଆଇଟି ପ୍ଲାଟଫର୍ମରେ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ପ୍ରତି ଜରୁରୀ ସଂସ୍ଥାର କର୍ମଚାରୀଙ୍କ ନାମ ଓ ଠିକଣା ସଂଗ୍ରହ କରାଯାଉଛି । ପାସ୍ଗୁଡିÿକ ଏକ ୱେବ୍ସାଇଡ୍ରେ ଅପ୍ଲୋଡ ହେବ । ସେଠାରୁ କର୍ମଚାରୀମାନେ ନିଜ ପାଇଁ ପାସ୍ ଡାଉନ୍ଲୋଡ କରିପାରିବେ । ଏହି ପାସ୍କୁ ସେମାନେ ନିଜ ଗାଡିÿରେ ଛପାଇ ପାରିବେ । ଆସନ୍ତାକାଲିଠାରୁ ଆଇଟି ଫର୍ମାଟରେ ପାସ୍ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.