ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୁଞ୍ଜି ଭଣ୍ଡାରର ସର୍ବୋଚ୍ଚ ଆକାର କେତେ ରହିବ ତାହାର ହିସାବ କରିବା ପାଇଁ ଗଠିତ ବିମଳ ଜଲାନ କମିଟି ବୁଧବାର ଏହାର ରିପୋର୍ଟ ଚୂଡାନ୍ତ କରିଛି ।
କମିଟି ସୁପାରିସ କରିଛି ଯେ, ୩ରୁ ୫ ବର୍ଷ ମଧ୍ୟରେ ଆର୍ବିଆଇ ପର୍ଯ୍ୟାୟ କ୍ରମେ ଏହାର ଅତିରିକ୍ତ ପୁଞ୍ଜି ସରକାରଙ୍କୁ ଦେବ । ଏହି ପୁଞ୍ଜି ଜରିଆରେ ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିପାରିବେ । ସରକାରୀ ରାଜକୋଷକୁ ଏହା ମଜଭୂତ କରିବ ବୋଲି କମିଟି ଏହାର ରିପୋର୍ଟରେ ପ୍ରକାଶ କରିଛି । ଆକଳନ ଅନୁସାରେ ଆର୍ବିଆଇରେ ୯ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅତିରିକ୍ତ ପୁଞ୍ଜି ରହିଛି ।
ସୂଚନାଯୋଗ୍ୟ, ସରକାର ଚଳିତ ଆର୍ଥିକବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ଜିଡିପିର ୩.୩ଧ ଧାର୍ଯ୍ୟ କରିଛନ୍ତି । ଫେବ୍ରୁଆରୀରେ ହୋଇଥିବା ଅନ୍ତରୀଣ ବଜେଟ୍ରେ ସରକାର ଏହାକୁ ୩.୪ଧ ଧାର୍ଯ୍ୟ କରିଥିବାବେଳେ ପୂର୍ଣ୍ଣାଙ୍ଗ ବଜେଟ୍ରେ ୩.୩ଧକୁ ଖସାଇଛନ୍ତି ।
ଗତବର୍ଷ ଆର୍ବିଆଇ ଲାଭାଂଶ ବାବଦ ୬୮,୦୦୦ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଚଳିତ ଆର୍ଥିକବର୍ଷ ସରକାର ସର୍ବୋଚ୍ଚ ବ୍ୟାଙ୍କଠାରୁ ୯୦,୦୦୦ କୋଟି ଟଙ୍କାର ଲାଭାଂଶ ଆଶା ରଖିଛନ୍ତି ।
ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଆର୍ବିଆଇର ପୂର୍ବତନ ଉପ-ଗଭର୍ଣ୍ଣର ରାକେଶ ମୋହନ ଉପାଧ୍ୟକ୍ଷ ଥିବାବେଳେ ଅର୍ଥ ସଚିବ ସୁବାଷ ଚନ୍ଦ୍ର ଗର୍ଗ, ଆର୍ବିଆଇର ଉପ-ଗଭର୍ଣ୍ଣର ଏନ୍. ଏସ୍. ବିଶ୍ୱନାଥନ ଏବଂ ଆର୍ବିଆଇ କେନ୍ଦ୍ରୀୟ ବୋର୍ଡର ଦୁଇ ସଦସ୍ୟ ଭାରତ ଦୋଶି ଏବଂ ସୁଧୀର ମଙ୍କଡ ଅଛନ୍ତି ।
Comments are closed, but trackbacks and pingbacks are open.