ଜଳଯୋଗାଣ ପାଇପ୍ ଚୋରି ଅଭିଯୋଗରେ ଜଣେ ଗିରଫ

Get real time updates directly on you device, subscribe now.

ଜଟଣୀ: ଜଳଯୋଗାଣ ପାଇଁ ମାଟି ତଳେ ବିଛା ଯାଇଥିବା କାଷ୍ଟ ଆଇରନ୍ ପାଇପ୍ ଚୋରି କରିବା ଅଭିଯୋଗରେ ଜଟଣୀ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲେ ଏହି ଥାନା ଅଧୀନ ତରାବୋଇ ଗ୍ରାମର ଅନୀଲ କୁମାର ରାଉତରାୟ । ଚୋରି ହୋଇଥିବା ପାଇପ୍, ଗୋଟିଏ ମାଲ ପରିବହନ ଅଟୋକୁ ପୁଲିସ ଜବତ କରିଛି ।
ଜଳଯୋଗାଣ ପାଇଁ ଜଟଣୀ ବେଣାପଞ୍ଜରୀରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଲୁହା ପାଇପ୍ ବିଛା ଯାଇଛି । ବିଭିନ୍ନ ସମୟରେ ବିଛା ଯାଇଥିବା ୩୦୦ ଏମ୍ଏମ୍ କାଷ୍ଟ ଆଇରନ୍ ପାଇପ୍ ଚୋରି ହୋଇଆସୁଥିଲା । ଏନେଇ ଖୋର୍ଦ୍ଧା ୱାଟ୍କୋର ମ୍ୟାନେଜର ଭାଗୀରଥି ଦାସ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ତଦନ୍ତ କରି ଅନୀଲକୁ ଧରିବା ସହ ମାଲବାହୀ ଅଟୋରେ ଭର୍ତ୍ତି ହୋଇଥିବା ଚୋରି ପାଇପ୍ ଜବତ କରିଥିଲା । ପଚରାଉଚରା ପରେ ଖୋର୍ଦ୍ଧା ତୋଟାପଡ଼ାରେ ଥିବା ଏକ କବାଡ଼ିଆକୁ ବିକ୍ରୟ କରିଥିବା ଅନୀଲ ମାନିଥିଲା । ପୁଲିସ ସେଠାରେ ଚଢ଼ଉ କରି ଭଗ୍ନ ଅବସ୍ଥାରେ ୪ ଟ୍ରିପ୍ ପାଇପ୍ ଜବତ କରିଛି । ହେଲେ କବାଡ଼ିଆ ଫେରାର୍ ହୋଇଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons