ଜଳସମ୍ପଦ ସଚିବଙ୍କ ସୂଚନା, ବନ୍ୟା ଆଶଙ୍କା ନାହିଁ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିର ଆଶଙ୍କା ନ ଥିବା ସୂଚନା ଦେଇଛନ୍ତି ଜଳ ସଂପଦ ସଚୀବ ପ୍ରଦୀପ ଜେନା। ସେ କହିଛନ୍ତି, ୨୪ ଘଣ୍ଟା ଭିତରେ ବର୍ଷା ପରିମାଣ କମିଛି। ହ୍ରାସ ପାଇଛି ସବୁ ନଦୀର ଜଳସ୍ତର। ଉପରମୁଣ୍ଡରେ କମ୍ ବର୍ଷା ଓ କମ୍ ପାଣି ଆସୁଥିବାରୁ ହୀରାକୁଦର ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।
ଗତକାଲି ହୀରାକୁଦରୁ ଛଡ଼ା ଯାଇଥିବା ପାଣି ଆଜି ରାତିରେ ମୁଣ୍ଡଳୀରେ ପହଞ୍ଚିବ। ସେତେବେଳକୁ ମୁଣ୍ଡଳିରେ ୫ରୁ ସାଢେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ। ଆଜି ସଂଧ୍ୟା ସୁଦ୍ଧା ସବୁ କିଛି ସ୍ୱାଭାବିକ ହେବ ବୋଲି କହିଛନ୍ତି ପ୍ରଦୀପ ଜେନା।
ସେହିପରି ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି, ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା କମିଛି। ୧୧ଟି ଜିଲ୍ଲାରେ ଆଦୌ ବର୍ଷା ହୋଇ ନାହିଁ। ତଥାପି କେନ୍ଦ୍ରାପଡ଼ା ଓ ପୁରୀର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନୁଗୁଳର ଟିକରପଡ଼ାରେ ୩ ଶହ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେନ୍ଦ୍ରାପଡ଼ାର ୨ଟି ଗାଁରୁ ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି। ବାଙ୍କୀର କିଛି ଅଞ୍ଚଳ ଜଳମଗ୍ନ ଥିବା ବେଳେ ବଲାଙ୍ଗିର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସ୍ଥିତି ସୁଧୁରିଥିବାର ସେ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons