କାମାକ୍ଷାନଗର,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ହାଟୁଆରୀ ଗାଁ ନିକଟସ୍ଥ ଆଖୁ କିଆରୀରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଗ୍ନିକାଣ୍ଡରେ ପ୍ରାୟ ୪୦ ଏକର ଆଖୁଫସଲ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।
ଆଜି ସକାଳେ ରଙ୍ଗମାଟିଆ ଗାଁ ପାଶ୍ୱର୍ରୁ ଆଖୁ କିଆରି ଜଳୁଥିବା ସ୍ଥାନୀୟ ଲୋକେ ଦେଖି ଚାଷୀଙ୍କୁ ଖବର ଦେଇଥିଲେ । ଚାଷୀମାନେ ପହଞ୍ଚô ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଚାହୁଁଚାହୁଁ ନିଆଁ ବ୍ୟାପି ଯାଇଥିଲା । ନିଆଁର ଭୟଙ୍କର ରୂପ ଦେଖି ଚାଷୀମାନେ ହଡ଼ବଡେ଼ଇ ଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚô ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଏପରିକି ଅଗ୍ନିଶମ ଗାଡ଼ିର ଚକା ମଧ୍ୟ ପୋଡ଼ି ଯାଇଥିଲା । ଯାହା ଫଳରେ ଅଗ୍ନିଶମ କର୍ମଚାରୀ ଆଖୁ ବାଡ଼ି ଭିତରକୁ ପଶି ନିଆଁ ଲିଭାଇବାକୁ ସାହାସ କରିପାରିନଥିଲେ । ଚାଷୀ ସରୋଜ ପଣ୍ଡା, ଦୁଷ୍ମନ୍ତ ମହାନ୍ତି, ଶ୍ରୀକର ମଳିକ, ବସନ୍ତ ମଳିକ, ଗୋବିନ୍ଦ ମଳିକ, ଖଗେଶ୍ୱର ମଳିକ, ନାରାୟଣ ପଣ୍ଡା, ପ୍ରଭାକର ପଣ୍ଡା, ଫଗୁନାଥ ଖୁଣ୍ଟିଆ, କେଶବ ବିହାରୀ, କୈଳାସ ପଣ୍ଡା, ରମେଶ ମଳିକ ପ୍ରମୁଖ ଚାଷୀଙ୍କ ଆଖୁଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ଚାଷୀମାନେ ଧାର କରଜ କରି ଚାଷ କରିଥିବା ବେଳେ ଏବେ ଅମଳ ପୂର୍ବରୁ ଫସଲ ପୋଡ଼ି ପାଉଁଶ ହୋଇଯାଇଥିବାରୁ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.