ଜଳିଗଲେ ବନସୁରକ୍ଷା କର୍ମଚାରୀ: ହସ୍ପିଟାଲରେ ଭର୍ତ୍ତି

Get real time updates directly on you device, subscribe now.

ରାଇରଙ୍ଗପୁର : ଜଙ୍ଗଲରେ ନିଆଁ ଲିଭାଇବା ସମୟରେ ନିଆଁ ଜଳି ଜଣେ ଗୁରୁତର। ଏପରି ଅଘଟଣ ଘଟିଛି ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ସୁଲେଇପାଟ ଜଙ୍ଗଲରେ। ଗୋବିନ୍ଦ ଟୁଡୁ ନାମକ ବନ ସୁରକ୍ଷା ସମିତିର ସଦସ୍ୟ ଜଙ୍ଗଲକୁ ନିଆଁ ଲିଭାଇବାକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟ ବଶତଃ ନିଆଁ ମଝିରେ ଫସି ଯାଇଥିଲେ। ତାଙ୍କର ଦୁଇଟି ଗୋଡ଼ ତଥା ଗୁରୁତର ଭାବରେ ଜଳି ଯାଇଛି। ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଜଙ୍ଗଲରେ ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଆବଶ୍ୟକ ଜୋତା,ଗ୍ଲୋବସ୍ ଆଦି ସରଞ୍ଜାମ ଯୋଗାଇ ଦେବାକୁ ଦାବି ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons