ନୁ୍ୟୟର୍କ: ଆମେରିକାରେ ଏବେ ବ୍ୟାପକ ଦଙ୍ଗା ହେଉଛି । ଜର୍ଜ ଫ୍ଲୟଡ ନାମକ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କୁ ପୁଲିସ ନିର୍ମମ ଭାବେ ହତ୍ୟା କରିବା ପରେ ଏହି ଦଙ୍ଗା ମୁଣ୍ଡ ଟେକିଛି । ମିନେପଲିସ ସହରରେ ପ୍ରଥମେ ଏହି ଦଙ୍ଗା ଆରମ୍ଭ ହୋଇଥିଲା । ଇତିମଧ୍ୟରେ ଆମେରିକାର ୨୦ଟି ସହରକୁ ଏହା ବ୍ୟାପିଯାଇଛି । ଆଟଲାଣ୍ଟା, ଡେଟ୍ରଏଟ, ଲସଆଞ୍ଜେଲସ, କାଲିଫର୍ଣ୍ଣିଆ, ନୁ୍ୟୟର୍କ, ୱାଶିଂଟନ, ଡେନଭର ଏବଂ ଆହୁରି ଅନେକ ସହରରେ ଏପରି ଘଟଣା ପରିଲକ୍ଷିତ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେନା ମୁତୟନ କରିବାକୁ ଟ୍ରମ୍ପ ସରକାର ଯୋଜନା କରୁଛନ୍ତି ।
ନର୍ଥ କାରୋଲିନା ଏବଂ ନୁ୍ୟୟର୍କରେ ଥିବା ସୈନ୍ୟ ଦଳକୁ ମାତ୍ର ୪ ଘଣ୍ଟାର ନୋଟିସରେ ମିନେପଲିସ ଯିବା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । କଲରାଡୋ ଏବଂ କାନସାସରେ ଥିବା ସୈନ୍ୟଙ୍କୁ ୨୪ ଘଣ୍ଟାର ନୋଟିସରେ ଦଙ୍ଗାସ୍ଥଳକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଦଙ୍ଗା ନିୟନ୍ତ୍ରଣ ପାଇଁ ସେନା ମୁତୟନ କରିବା ସକାଶେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଠାକାର ପ୍ରତିରକ୍ଷା ସଚିବଙ୍କ ସହ କଥା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ୧୯୯୨ ମସିହାର ଲସଆଞ୍ଜେଲସ ଦଙ୍ଗା ପରେ ପ୍ରଥମ ଥର ପାଇଁ ଆମେରିକା ଭିତରେ ହିଂସାକାଣ୍ଡ ରୋକିବାକୁ ସେନା ମୁତୟନ କରାଯାଉଛି ।
ଆମେରିକାର ସବୁ ସହରରେ ଏବେ ଅରାଜକତା ଚାଲିଛି । ହଜାର ହଜାର ସଂଖ୍ୟାରେ ଲୋକ ଏବେ ପୁଲିସର ଦମନଲୀଳାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ବିଭିନ୍ନ ସ୍ଥାନରେ ପୁଲିସ ଉପରେ ଆକ୍ରମଣ କରିବା ସହିତ ପୁଲିସ ଭ୍ୟାନ୍ ଏବଂ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ।
କାଲିଫର୍ଣ୍ଣିଆରେ ଦୁଇ ଜଣ ପୁଲିସ ଅଧିକାରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲାବେଳେ ସେମାନଙ୍କ ଭିତରୁ ଜଣକର ମୃତୁ୍ୟ ହୋଇଛି । ବିକ୍ଷୋଭକାରୀମାନେ ହ୍ୱାଇଟହାଉସ ଭିତରକୁ ବି ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ରୋକିବାକୁ ଉଦ୍ୟମ କରିବାରୁ ସୁରକ୍ଷାକର୍ମୀଙ୍କ ସହିତ ବିକ୍ଷୋଭକାରୀଙ୍କର ପ୍ରବଳ ସଂଘର୍ଷ ହୋଇଛି । ଏହାପରେ ହ୍ୱାଇଟହାଉସକୁ କିଛି ସମୟ ପାଇଁ ଲକ୍ଡାଉନ କରାଯାଇଥିଲା । ବିକ୍ଷୋଭକାରୀମାନେ ଅନେକ ସ୍ଥାନରେ ଆମେରିକାର ପତାକା ବି ପୋଡିଛନ୍ତି ।
ଡେଟ୍ରଏଟରେ ପ୍ରାୟ ୭,୫୦୦ ବିକ୍ଷୋଭକାରୀ ରାସ୍ତାରେ ଉପôାତ କରିଥିଲେ । ପୁଲିସ ସହ ସେମାନଙ୍କର ତୁମୂଳ ସଂଘର୍ଷ ହୋଇଥିଲା । ପୁଲିସ କିଛି ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା । ଏହି ସମୟରେ କେହି ଆଖିବୁଜା ଗୁଳିମାଡ଼ କରିବାରୁ ଜଣେ ୧୯ ବର୍ଷୀୟ ଯୁବକଙ୍କର ମୃତୁ୍ୟ ହୋଇଛି । ବିକ୍ଷୋଭକାରୀମାନେ କେବଳ ପୁଲିସକୁ ଯେ ଟାର୍ଗେଟ କରୁଛନ୍ତି ତାହା ନୁହେଁ । ସେମାନେ ଅନେକ ବ୍ୟବସାୟିକ ପ୍ରତିÂାନ ଏବଂ ବ୍ୟକ୍ତିଗତ ସମ୍ପତ୍ତିକୁ ବି ଟାର୍ଗେଟ କରୁଛନ୍ତି । ସପିଙ୍ଗ ମଲ ଏବଂ ଅନ୍ୟ ଦୋକାନରୁ ବ୍ୟାପକ ମାତ୍ରାରେ ଲୁଟପାଟ କରାଯାଉଛି । ଅନେକ ବ୍ୟବସାୟିକ କେନ୍ଦ୍ରରେ ନିଆଁ ଲଗାଇ ଦିଆଯାଇଛି । ଜର୍ଜିଆର ଆଟଲାଣ୍ଟା ସହରରେ ଥିବା ସିଏନଏନ ଟିଭି ଚ୍ୟାନେଲର କାର୍ଯ୍ୟାଳୟ ଭିତରକୁ ବି ପ୍ରବେଶ କରିବା ପାଇଁ ଆନେ୍ଦାଳନକାରୀମାନେ ଉଦ୍ୟମ କରିଥିଲେ । ପୁଲିସ ସେମାନଙ୍କୁ ରୋକିବା ପାଇଁ ଉଦ୍ୟମ କରିବାରୁ ସେମାନେ ପୁଲିସ ଭ୍ୟାନରେ ନିଆଁ ଲଗାଇଦେଇଥିଲେ । ସେମାନେ ସିଏନଏନ କାର୍ଯ୍ୟାଳୟର କାଚ ଏବଂ ହୋର୍ଡିଂ ଆଦି ଭଙ୍ଗାରୁଜା କରିଛନ୍ତି ।
ଆମେରିକାରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଦେଇଛି । ଗୋଟିଏ ପଟରେ ଆମେରିକାରେ କରୋନା ଯୋଗୁ ପରିସ୍ଥିତି ଅସମ୍ଭାଳ ଥିଲାବେଳେ ଏବେ ଏଭଳି ଦଙ୍ଗା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି ।
ଦଙ୍ଗାର କାରଣ କ’ଣ
ମାତ୍ର କେଇ ଦିନ ତଳେ ମିନେପଲିସ ସହରରେ ଜର୍ଜ ଫ୍ଲଏଡ ନାମକ ଜଣେ ୪୬ ବର୍ଷୀୟ କୃଷ୍ଣକାୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାକୁ ଚେଷ୍ଟା କରିଥିଲା । ୪ଜଣ ଶ୍ୱେତାଙ୍ଗ ପୁଲିସ ଅଧିକାରୀ ତାଙ୍କୁ କାବୁ କରିଥିଲେ । ସେମାନେ ତାଙ୍କୁ ତଳେ ପକାଇ ଦେଇ ତାଙ୍କ ଉପରେ ଆଣ୍ଠୁ ମାଡ଼ି ବସିପଡିଥିଲେ । ଜଣେ ପୁଲିସ ଅଧିକାରୀ ତାଙ୍କ ବେକ ଉପରେ ଆଣ୍ଠୁମାଡ଼ି ବସିବାରୁ ସେ ନିଃଶ୍ୱାସପ୍ରଶ୍ୱାସ ନେଇପାରିନଥିଲେ । ସେ ଏସମ୍ପର୍କରେ ପୁଲିସ ଅଧିକାରୀଙ୍କୁ ଜଣାଇବା ସହିତ ତାଙ୍କୁ ଠିଆ ହେବାକୁ ସୁଯୋଗ ଦେବା ପାଇଁ କାକୁତିମିନତି କରିଥିଲେ । ମାତ୍ର ପୁଲିସ ଅଧିକାରୀମାନେ ତାଙ୍କ ନିବେଦନ ଶୁଣିନଥିଲେ । ଏହାଯୋଗୁ ତାଙ୍କର ମୃତୁ୍ୟ ହୋଇଥିଲା ।
ତାଙ୍କର ଶେଷ ମୁହୂର୍ତ୍ତର ଭିଡିଓ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଦେଖିବା ପରେ ସାଧାରଣ ଲୋକଙ୍କ ମନରେ ପୁଲିସ ପ୍ରତି ରାଗ ଚରମସୀମାରେ ପହଞ୍ଚôଯାଇଛି । ସେହିପରି କୃଷ୍ଣକାୟ ବ୍ୟକ୍ତିଙ୍କ ପ୍ରତି ଶ୍ୱେତାଙ୍ଗ ପୁଲିସ ଅଧିକାରୀଙ୍କ ଏଭଳି ଅତ୍ୟାଚାର ବି ସେଠାରେ ବର୍ଣ୍ଣବୈଷମ୍ୟ ନୀତି ଜାରି ରହିଥିବାର ପ୍ରମାଣିତ କରୁଛି ଯାହାଯୋଗୁ ଦଙ୍ଗା ଏମିତି ଭାବେ ବ୍ୟାପିବାରେ ଲାଗିଛି । ବିକ୍ଷୋଭକାରୀମାନେ ଉକ୍ତ ପୁଲିସ ଅଧିକାରୀମାନଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ମାମଲା ଚଳାଇବାକୁ ଦାବି କରୁଛନ୍ତି । ପୁଲିସ ବିଭାଗ ପ୍ରଥମେ ଉକ୍ତ ୪ ପୁଲିସ ଅଧିକାରୀଙ୍କୁ ବହିଷ୍କାର କରିଥିଲା । କିନ୍ତୁ ପରେ ଜନତାଙ୍କ ଚାପରେ ପୁଲିସ ମୃତ ବ୍ୟକ୍ତିଙ୍କ ବେକ ଉପରେ ଆଣ୍ଠୁ ମାଡ଼ି ବସିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିବା ସହିତ ତାଙ୍କୁ ଗିରଫ କରିଛି । ଆମେରିକାର ସଂଘୀୟ ଯାଞ୍ଚ ଏଜେନ୍ସି ଏଫବିଆଇକୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି ।
Comments are closed, but trackbacks and pingbacks are open.