ଜଳେଶ୍ୱର ଥାନାର ନିଲମ୍ବିତ ଆଇଆଇସିଙ୍କ ଘରେ ଭିଜିଲାନ୍ସ ରେଡ୍

Get real time updates directly on you device, subscribe now.

ବାଲେଶ୍ବର : ଭିଜିଲାନ୍ସ ଜାଲରେ ନିଲମ୍ବିତ ଆଇଆଇସି । ଜଳେଶ୍ବର ଥାନା ନିଲମ୍ବିତ ଆଇଆଇସି ଧନେଶ୍ବର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
ଜଳେଶ୍ବର ସ୍ଥିତ ସରକାରୀ କ୍ବାର୍ଟର ସହ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଜାରି ରହିଛି । ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ ଯଥା – ଭୁବନେଶ୍ବରସ୍ଥିତ ଶୈଳଶ୍ରୀ ବିହାରସ୍ଥିତ ଆପାର୍ଟମେଣ୍ଟ, କଟକରେ ୨ଟି ସ୍ଥାନ, ଆଠଗଡ ନରସିଂହପୁରସ୍ଥିତ ଶ୍ବଶୁର ଘରେ ଏକକାଳୀନ ଚଢାଉ ଜାରି । ପୂର୍ବରୁ ଧନେଶ୍ବରଙ୍କ ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ୍‌ ନେଇ ନ୍ୟୁଜ ୭ରେ ଖବର ପ୍ରସାରଣ ହୋଇଥିଲା । ଏହାପରେ କାର୍ୟ୍ୟାନୁଷ୍ଠାନ ସ୍ବରୁପ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏହାପରେ ଆଜି ସକାଳ ସମୟରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons