ଜଳେଶ୍ୱର,(ବି.ବି.ନୁ୍ୟଜ୍): କ୍ଷମତାର ଦୂରୁପଯୋଗ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇଆଇସି । ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବନ ନେଇ ଟ୍ୱିଟ୍ କଲେ ଡିଜିପି । କିଛି ଦିନ ପୂର୍ବେ ଆଇଆଇସିଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା । ଉକ୍ତ ଅଡିଓରେ ଆଇଆଇସି ଅପର ପାଶ୍ୱ ବ୍ୟକ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଉଥିଲେ । ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶିତ ହୋଇଥିଲା । ଏହାପରେ ଘଟଣାର ତଦନ୍ତ ପାଇଁ ଗତକାଲି ବାଲେଶ୍ୱର ଜିଲ୍ଲା ଆଡିସନାଲ ଏସ୍ପି ଗୋବିନ୍ଦ ସେଠୀ ତଦନ୍ତ ପାଇଁ ଜଳେଶ୍ୱର ଯାଇଥିଲେ । ଆଜି ଡିଜିପି ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବନ କରିଥିବା ନେଇ ଟ୍ୱିଟ୍ କରିଛନ୍ତି ।
Comments are closed, but trackbacks and pingbacks are open.