ଜଷ୍ଟିସ୍ ବୋବ୍ଡେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

Get real time updates directly on you device, subscribe now.

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ନଭେମ୍ବର ମାସରେ ଅବସର ନେବେ । ତାଙ୍କ ପରେ କାହାକୁ ଏହି ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ କରାଯିବ ସେଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେଙ୍କୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି କରାଯାଉ ବୋଲି ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କେନ୍ଦ୍ରକୁ ସୁପାରିସ କରିଛନ୍ତି । ନିୟମ ଅନୁଯାୟୀ ପ୍ରଧାନ ବିଚାରପତି ଅବସର ପୂର୍ବରୁ ନିଜର ଉତ୍ତରାଧିକାରୀଙ୍କ ନାମ କେନ୍ଦ୍ରକୁ ସୁପାରିସ କରିଥାନ୍ତି । ଜଷ୍ଟିସ ବୋବ୍ଡେ ବର୍ତ୍ତମାନ ସୁପି୍ରମକୋର୍ଟର ସବୁଠାରୁ ବରିÂତମ ବିଚାରପତି । ତେଣୁ ସେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ଆସନ୍ତା ନଭେମ୍ବର ୧୭ ରେ ଜଷ୍ଟିସ ଗୋଗୋଇ ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିବେ । ୨୦୧୮ ଅକ୍ଟୋବର ୩ରେ ସେ ଦେଶର ୪୬ତମ ପ୍ରଧାନ ବିଚାରପତି ହୋଇଥିଲେ । ସେ ୧୩ ମାସ ୧୫ ଦିନ ଏହି ପଦବିରେ ଅବସ୍ଥାପିତ ହୋଇଛନ୍ତି । ଏଣୁ ନଭେମ୍ବର ୧୮ ତାରିଖରେ ଜଷ୍ଟିସ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଜଷ୍ଟିସ ବୋବଡେ ୨୦୨୧ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ତୁଲାଇବେ । ଜଷ୍ଟିସ ବୋବ୍ଡେ ୧୮ମାସ ପର୍ଯ୍ୟନ୍ତ ଏହି ପଦବିରେ ରହିବେ ।
ଉଲ୍ଲେଖଯୋଗ୍ୟ ଯେ କେତେକ କ୍ଷେତ୍ରରେ ଆଧାରକାର୍ଡ ଅନିବାର୍ଯ୍ୟତାକୁ ରଦ୍ଧ କରିବା, ଦେଶରେ ବାଣ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇବା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଶୁଣାଣି କରି ଜଷ୍ଟିସ ବୋବଡେ ଲୋକପ୍ରିୟ ହୋଇପାରିଥିଲେ । ଅଯୋଧ୍ୟା ରାମଜନ୍ମ ଭୂମି ବିବାଦ ମାମଲାରେ ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରେ ଜଷ୍ଟିସ ବୋବଡେ ସାମିଲ ଅଛନ୍ତି । ୧୯୫୬ ଏପ୍ରିଲ ୨୪ରେ ନାଗପୁରରେ ଜନ୍ମିତ ଜଷ୍ଟିସ ବୋବ୍ଡେ ନାଗପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିବା ପରେ ୧୯୭୮ରେ ମହାରାଷ୍ଟ୍ର ବାର୍ କାଉନ୍ସିଲରେ ଯୋଗ ଦେଇଥିଲେ । ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠରେ ସେ ଦୀର୍ଘ ୨୧ ବର୍ଷ ଧରି ଓକିଲାତି କରିଥିଲେ । ୧୯୯୮ରେ ବରିÂ ଆଡଭୋକେଟ ମାନ୍ୟତା ପାଇଥିଲେ ଏବଂ ୨୦୦୦ ମାର୍ଚ୍ଚରେ ତାଙ୍କୁ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ କରାଯାଇଥିଲା । ୨୦୧୨ରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ୱଗ୍ରହଣ କରିଥିଲେ । ପରେ ୨୦୧୩ ଏପ୍ରିଲରେ ସୁପ୍ରିମକୋର୍ଟର ବିଚାରପତି ଭାବେ ତାଙ୍କର ପଦୋନ୍ନତି ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons