ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସିନିୟର ଓ ସବ୍ ଜୁନିୟର କରାଟେ ପ୍ରତିଯୋଗିତାରେ ଓଡ଼ିଶା ମୋଟ ୬ଟି ପଦକ ହାସଲ କରିଛି । ଏଥିରେ ୩ଟି ସ୍ୱର୍ଣ୍ଣ ଓ ୩ଟି ରୌପ୍ୟ ପଦକ ସାମିଲ ଅଛି । ବାଳିକା ୧୨ ବର୍ଷ କାଟାରେ ମଧୁପ୍ରିୟା, ୧୩ ବର୍ଷ ବାଳିକା କାଟାରେ ଅର୍ପିତା ସିଂ ଓ ୧୨ ବର୍ଷ ବାଳକ ଫାଇଟ୍ରେ ରିତେଶ୍ ମହାନ୍ତି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ସେହିପରି କାଟାରେ ମହିଳା ଟିମ୍ (ଅନୁପମା ସ୍ୱାଇଁ, ସୁସ୍ମିନ୍ ପାଲଟାସିଂ, ସିନ୍ଧୁ ତନୟା ଖୁଣ୍ଟିଆ), ୧୨ ବର୍ଷ ବାଳକ କାଟାରେ ମନୋଜ ବେହେରା ଓ ୧୩ ବର୍ଷ ଫାଇଟ୍ରେ ତ୍ରିଲୋଚନ ରଣା ବ୍ରୋଞ୍ଜ ପଦକ ଜିତିଛନ୍ତି । ଓଡ଼ିଆ ପ୍ରତିଯୋଗୀଙ୍କ ଏହି ସଫଳତାରେ ଓଡ଼ିଶା ରାଜ୍ୟ ସଂଘ ସମ୍ପାଦକ ଡ. ହରିପ୍ରସାଦ ପ;ନାୟକ, କୋଚ୍ ରାଜୀବ ସିଂ, ଖାରବେଳ ମଲ୍ଲିକ, ସନ୍ଦୀପ ମହାନ୍ତି, ଦୀପକ ସାମନ୍ତରାଙ୍କ ସହ ସଂଘର ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି ।
Comments are closed, but trackbacks and pingbacks are open.