ଭୁବନେଶ୍ୱର, (ବି.ବି.ବ୍ୟୁରୋ): ଫୁଲବାଣୀ କ୍ରୀଡ଼ା ଛାତ୍ରାବାସର ଏ. ଶିବ ପ୍ରସାଦ ଭାରତୀୟ ୧୫ ବର୍ଷରୁ କମ୍ ଫୁଟବଲ ଦଳରେ ସାମିଲ ହୋଇଛନ୍ତି । ଭାରତୀୟ ଦଳ ୧୩ ଦିନିଆ ଥାଇଲାଣ୍ଡ ଗସ୍ତରେ ମୋଟ୍ ୪ଟି ମ୍ୟାଚ୍ ଖେଳିବ । ଏହି ଦଳରେ ଶିବ ପ୍ରସାଦ ଦ୍ୱିତୀୟ ଓଡ଼ିଆ ଭାବେ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ସାଲିଆ ସାହିର ରଞ୍ଜନ ସୋରେନ ମଧ୍ୟ ଦଳରେ ସାମିଲ ରହିଛନ୍ତି । ପୂର୍ବରୁ ଦୁଇ ଖେଳାଳି ଜାତୀୟ ଦଳରେ ସୁଯୋଗ ପାଇ ଇଟାଲୀ ଗସ୍ତ କରିଥିଲେ । ଆସନ୍ତା ୩୦ ତାରିଖରୁ ମ୍ୟାଚ୍ ଆରମ୍ଭ ହେବ । ଏଏଫ୍ସି କପ୍ (୧୬ ବର୍ଷରୁ କମ୍) ପ୍ରସ୍ତୁତି ପାଇଁ ଦଳ ଏହି ଗସ୍ତ କରିଛି ।
Comments are closed, but trackbacks and pingbacks are open.