ଦେବଗଡ,(ବି.ବି.ନ୍ୟୁଜ୍): ସୁନାମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ୩୦ତମ ଜାତୀୟ ଜେଏନ୍ଭି ଚେସ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଭୋପାଳ, ଲକ୍ଷେ୍ମø, ହାଇଦ୍ରାବାଦ, ପାଟନା, ଜୟପୁର, ଚଣ୍ଡୀଗଡ଼, ପୁନେ ଓ ସିଲଂ ଆଦି ୮ଟି ସମ୍ଭାଗରୁ ଗାଇଡ୍ ଟିଚରଙ୍କ ସହ ୨୪୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଜେଏନ୍ଭି ଭୋପାଳ ସମ୍ଭାଗ ଉପାୟୁକ୍ତା ପାର୍ବତୀ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।
ଜେଏନ୍ଭି ଅଧ୍ୟକ୍ଷ ଉତ୍ତମ ପ୍ରସାଦସ୍ୱାଗତ ଭାଷଣ ଦେଇଥିଲେ । ଝାରସୁଗୁଡା ଜେଏନ୍ଭି ଅଧ୍ୟକ୍ଷା ଦୀକ୍ଷାଞ୍ଜଳି ମିଶ୍ର ଓ ବଲାଙ୍ଗୀର ଅଧ୍ୟକ୍ଷ ଡ.ମଣିକଙ୍ଗନ ମଞ୍ଚାସୀନ ଥିଲେ । ପିଆର୍ଓ ତଥା ଅଧ୍ୟାପକ ଡ. ସୁରେନ୍ଦ୍ରନାଥ ତ୍ରୀପାଠୀ ଓ ଅଧ୍ୟାପକ ଦିଲୀପ ବାଡତିୟା ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପିକା ରିତାରାଣୀ ସେଠୀଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଷ୍ଟୁଡେଣ୍ଟ କ୍ୟାପଟେନ୍ ଅଭିଷେକ ପ୍ରଧାନଙ୍କ ନେତୃତ୍ୱରେ କ୍ରୀଡ଼ାବିତ୍ମାନେ ପ୍ୟାରେଡ କରିଥିବା ବେଳେ ଏସ୍ଜେଏଫ୍ଆଇ ପ୍ରାପ୍ତ ଛାତ୍ରୀ ବର୍ଷ ବସୁନ୍ଧରା ନାୟକ କ୍ରୀଡ଼ା ଶପଥ ନେଇଥିଲେ । ଦେବଗଡ଼ ଜେଏନ୍ଭି ଉପାଧ୍ୟକ୍ଷ ହରିହର ମିଶ୍ର, ସମ୍ବଲପୁର ଜେଏନ୍ଭି ଉପାଧ୍ୟକ୍ଷା ନମିତା ତ୍ରୀପାଠୀ ଓ ଅଧ୍ୟାପକ ପରକ୍ଷିତ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଅଧ୍ୟାପକ ସୁଜିତ ସାମଲ ଓ ଅଧ୍ୟାପିକା ଇତିଶ୍ରୀ ବେହେରାଙ୍କ ସହ ତେଜ ସିଂ, ଦୀପାଞ୍ଜଳୀ ଜେନା,ଗୌରୀ ନନ୍ଦିନୀ ବେହେରା ଓ ନମ୍ରତା ଅଗ୍ରୱାଲଙ୍କ ତତ୍ୱାବଧାନରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଜେଏନ୍ଭି ଆର୍ବିଟେଟର୍ ସନ୍ତୋଷ ମହାପାତ୍ର, ଅଧ୍ୟାପକ ବିଦୁଭୂଷଣ ମିଶ୍ର, ସଞ୍ଜୟ ମହାପାତ୍ର, ରାଜୀବ ମଲ୍ଲିକ, କୁଳମଣୀ ଜେନା, ଅଧ୍ୟାପକ ପ୍ରଭୂଦୟାଲ୍ ତିର୍କୀଙ୍କ ସହ ଛାତ୍ର ଦେବକାନ୍ତ ବେହେରା, ଲିଙ୍କନ ପ୍ରଧାନ, ଅଭୟ ସାହୁ ଓ ଛାତ୍ରୀ ହର୍ଷିତା ପ୍ରୀୟଦର୍ଶିନୀ, ଲିକି ପ୍ରଧାନ ଓ ସୋନାଲି ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ବେଳେ ବିଭିନ୍ନ ବିଦ୍ୟାଳୟର ୮୦ ଜଣ ଷ୍ଟୁଡେଣ୍ଟ ଆର୍ଟିଷ୍ଟ କଳା ସଂସ୍କୃତି ପ୍ରଦର୍ଶନ କରିବେ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.