ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆଦିଲ୍ଲୀ ସ୍ଥିତ ପ୍ରଭାସୀ ଭାରତୀୟ କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ଜାତୀୟ ପୁରସ୍କାର ସମାରୋହ ଅନୁÂିତ ହୋଇଯାଇଛି । ବ୍ରହ୍ମପୁରର ଶିଳ୍ପଦ୍ୟୋଗୀ ରାଜେନ୍ଦ୍ର କୁମାର ମିଶ୍ରଙ୍କୁ ସୂକ୍ଷ୍ମ ଓ କ୍ଷୁଦ୍ର ଶିଳ୍ପସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା । ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ଶ୍ରୀ ମିଶ୍ରଙ୍କୁ ଓଡ଼ିଶାର ଏକମାତ୍ର ଶିଳ୍ପଦ୍ୟୋଗୀ ଭାବରେ ଚୟନ କରାଯାଇଛି । ଏହି ଉତ୍ସବରେ ଏମଏସଏମଇ ବିଭାଗୀୟ ମନ୍ତ୍ରୀ ନୀତିନ୍ ଗଡ଼କରୀ ମୁଖ୍ୟ ଅତିଥି ଓ ପ୍ରତାପ ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହାପୂର୍ବରୁ ଶ୍ରୀ ମିଶ୍ର ସର୍ବଭାରତୀୟ ସ୍ତରରେ ୨୦୧୩-୧୪ ଆର୍ଥିକ ବର୍ଷ ନିମନ୍ତେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୬ରେ ପ୍ରଥମ ଥର ପାଇଁ ସମ୍ମାନିତ ହୋଇଥିଲେ ।
Comments are closed, but trackbacks and pingbacks are open.