ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ମକୁନ୍ଦବିନ୍ଧା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମକୁନ୍ଦବିନ୍ଧା ନିକଟରେ ଜାତୀୟ ରାଜପଥ କାମ ଚାଲିଥିବା ଯୋଗୁ ରାସ୍ତାର ଗୋଟିଏ ପାଖରେ ଯା’ଆସ କରୁଛନ୍ତି। ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ କାର୍ଟି ଏହି ରାସ୍ତାରେ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ରକ୍ଟି ପାଣିକୋଇଲି ଅଭିମୁଖେ ଯାଉଥିଲା। କାର୍ଟି ଅନ୍ୟ ଏକ ଗାଡ଼ିକୁ ଓଭରଟେକ୍ କରି ଯାଉଥିବା ବେଳେ ଟ୍ରକ୍ ସହ ମୁହାଁମୁହିଁ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କାରରେ ଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଆହତଙ୍କୁ ଯାଜପୁର ଜିଲତଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Comments are closed, but trackbacks and pingbacks are open.