ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ (ବିପିସିଏଲ୍) ପକ୍ଷରୁ ବଲାଙ୍ଗୀରରେ ପ୍ରସ୍ତାବିତ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ନିର୍ମାଣ ଶେଷ ହୋଇଛି । ଆସନ୍ତା ୨୭ ତାରିଖରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଏହି ବଟ୍ଲିଂ ପ୍ଲାଣ୍ଟକୁ ଦେଶ ଉଦେ୍ଧଶ୍ୟରେ ଲୋକାର୍ପଣ କରିବେ । ୨୦୨୦ ଜାନୁଆରୀରୁ ପ୍ରସ୍ତାବିତ ପ୍ଲାଣ୍ଟରୁ ବାଣିଜି୍ୟକ ଉପôାଦନ ଆରମ୍ଭ ହେବ । ଏହା ହେବ ଓଡ଼ିଶାରେ ବିପିସିଏଲ୍ର ଦ୍ୱିତୀୟ ବଟ୍ଲିଂ ପ୍ଲାଣ୍ଟ । ଏବେ ଖୋର୍ଦ୍ଧାରେ କମ୍ପାନିର ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ରହିଛି ।
ଏନେଇ ଆୟୋଜିତ ପ୍ରାକ୍-ସାମ୍ବାଦିକ ସମ୍ମିଳନୀରେ ବିପିସିଏଲ୍ ଆଞ୍ଚଳିକ ଏଲ୍ପିଜି ପ୍ରବନ୍ଧକ (ପୂର୍ବ) ଅତୁଲ କୁମାର କହିଛନ୍ତି, ୨୦୧୮ ମେ’ ୨୧ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କମ୍ପାନି ଦ୍ୱାରା ବଲାଙ୍ଗୀରରେ ପ୍ରସ୍ତାବିତ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରେକର୍ଡ ୧୯ ମାସ ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଡିସେମ୍ବର ୨୭ରେ ଉପ ରାଷ୍ଟ୍ରପତି ଏହାର ଲୋକାର୍ପଣ କରିବେ । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଓ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ରହିବେ ।
ବିପିସିଏଲ୍ ବଲାଙ୍ଗୀର ପ୍ଲାଣ୍ଟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କମ୍ପାନିର ପୂର୍ବାଞ୍ଚଳ ଇଞ୍ଜିନିୟରିଂ ଉପ ମହାପ୍ରବନ୍ଧକ (ଡିଜିଏମ୍) ସୁବୁଦ୍ଧି କେଭିଆର୍ କହିଛନ୍ତି, ବରକାନୀ ଗ୍ରାମରେ ୨୩ ଏକର ଜମି ଉପରେ ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟକୁ ସ୍ଥାପନ କରାଯାଇଛି । ଏଥିପାଇଁ ମୋଟ ୧୦୩ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଛି । ପ୍ଲାଣ୍ଟର ଉପôାଦନ କ୍ଷମତା ୪୨ ଲକ୍ଷ ସିଲିଣ୍ଡର ରହିଛି, ଅର୍ଥାତ୍ ଏଠାରୁ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡରରେ ଏଲ୍ପିଜି ଭରାଯାଇପାରିବ । ୨୦୨୦ ଜାନୁଆରୀରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାପରେ ବିପିସିଏଲ୍ ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ ଓ ନୂଆପଡ଼ା ଭଳି ୧୪ଟି ଜିଲ୍ଲାର ଉପଭୋକ୍ତାଙ୍କ ଏଲ୍ପିଜି ଚାହିଦା ପୂରଣ କରିପାରିବ ।
ବିପିସିଏଲ୍ର ଏହି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟରେ ୨୪ଟି ବୈଦୁ୍ୟତିକ କାରାଜୋଲ ଷ୍ଟେସନ, ପ୍ରତ୍ୟେକ ୧,୮୫୩ କିଲୋଲିଟର କ୍ଷମତାର ପାଣି ଟାଙ୍କି, ୮ଟି ବେ-ଟ୍ୟାଙ୍କ ଲରି ଡିକ୍ୟାଣ୍ଟେସନ୍ ଗ୍ୟାଣ୍ଟ୍ରି, ୩୦୦ ଟନ୍ର ୩ଟି କଣ୍ଟେନର ରହିବ । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାପରେ ଓଡ଼ିଶାରେ ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ ସଂଖ୍ୟା ୫ରେ ପହଞ୍ଚିବ । ରାଜ୍ୟରେ ଏହା ଭାରତ ପେଟ୍ରୋଲିୟମର ଦ୍ୱିତୀୟ ବଟ୍ଲିଂ ପ୍ଲାଣ୍ଟ ହେବ । ପୂର୍ବରୁ ଖୋର୍ଦ୍ଧାଠାରେ କମ୍ପାନିର ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର କ୍ଷମତାର ଏକ ବଟ୍ଲିଂ ପ୍ଲାଣ୍ଟ ରହିଛି । ସେହିଭଳି ଏବେ ଅନ୍ୟ ୨ ତୈଳ କମ୍ପାନି ପକ୍ଷରୁ ଖୋର୍ଦ୍ଧା ଓ ରାୟଗଡ଼ାଠାରେ ୨ଟି ନୂଆ ବଟ୍ଲିଂ ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଏଥିସହ ରାଜ୍ୟରେ ମୋଟ୍ ବଟ୍ଲିଂ ପ୍ଲାଣ୍ଟ ସଂଖ୍ୟା ୭ ଓ ସେଗୁଡ଼ିକର ବାର୍ଷିକ ଉପôାଦନ କ୍ଷମତା ୪.୦୬ କୋଟି ସିଲିଣ୍ଡର ହେବ ।
ସୂଚନା ଥାଉକି, ୨୦୧୪ରେ ରାଜ୍ୟର ଏଲ୍ପିଜି ଉପଭୋକ୍ତା ସଂଖ୍ୟା ୨୦.୨୨ ଲକ୍ଷ ଥିଲା ବେଳେ ୨୦୧୯ରେ ଏହା ୩୩୫.୭୧% ବଢ଼ି ୮୮.୧୦ ଲକ୍ଷରେ ପହଞ୍ଚିଛି । ୨୦୧୮ରେ ରାଜୃର ଏଲ୍ପିଜି ଚାହିଦା ୪୫୪.୩ ଟିଏମ୍ଟି (ହଜାର ମେଟ୍ରିକ ଟନ୍) ଥିଲା ବେଳେ ୨୦୨୦ ସୁଦ୍ଧା ଏହା ୬୧୦ ଟିଏମ୍ଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଏଲ୍ପିଜି ମୁଖ୍ୟ (ଓଡ଼ିଶା ଓ ଝାଡ଼ଖଣ୍ଡ) ସଞ୍ଜୟ ଶର୍ମା, ଡିଜିଏମ୍ ଏସ୍ ଏସ୍ ସୁନ୍ଦରରାଜନ୍ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.