ଜାପାନର ପ୍ରମୁଖ ଇସ୍ପାତ କମ୍ପାନୀ ମୁଖ୍ୟଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା:ଭାରତର ବିକାଶରେ ଭାଗିଦାର ହେବ ଜାପାନ ଇସ୍ପାତ ଶିଳ୍ପ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତର ବିକାଶ ଯାତ୍ରାରେ ଜାପାନର ଇସ୍ପାତ ଶିଳ୍ପ ଭାଗିଦାର ହେବ । ପାଞ୍ଚଦିନିଆ ରୁଷ ଓ ଜାପାନ ଗସ୍ତରେ ଥିବା କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏଭଳି କହିଛନ୍ତି । ଜାପାନର ପ୍ରମୁଖ ଇସ୍ପାତ କମ୍ପାନି ମୁଖ୍ୟ ଓ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହାସହ ଏ ଅବସରରେ ସେ ଭାରତୀୟ ଇସ୍ପାତ ଶିଳ୍ପକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ।
ନିଜ ବିଦେଶ ଗସ୍ତର ଚତୁର୍ଥ ଦିନରେ କେନ୍ଦ୍ରମନ୍ତ୍ରୀ ଡେଡୋ, ନିପ୍ପନ୍, ଜେଏଫ୍ଇ ସମେତ ବିଭିନ୍ନ ଇସ୍ପାତ କମ୍ପାନି ପ୍ରତିନିଧିଙ୍କ ସହ ଆଲୋଚନା କରି ନିକଟରେ ଭାରତ ସରକାର ଗ୍ରହଣ କରିଥିବା ବିଭିନ୍ନ ସଂସ୍କାର ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି । ସେ କହିଛନ୍ତି, କର୍ପୋରେଟ ଟିକସ ହ୍ରାସ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ରେ ସୁଧାର ଭାରତରେ ପୁଞ୍ଜିନିବେଶକଙ୍କୁ ବେଶ୍ ସହାୟକ ହୋଇଛି ।
ଟେକ୍ନୋଲୋଜି ହସ୍ତାନ୍ତରଣ ମାଧ୍ୟମରେ ଭାରତୀୟ ଇସ୍ପାତ ଶିଳ୍ପକୁ ଅଧିକ ମଜବୁତ କରିବା ଉଦେ୍ଧଶ୍ୟରେ ଶ୍ରୀ ପ୍ରଧାନ ଡେଡୋ କମ୍ପାନିର ପ୍ରତିନିଧିଙ୍କୁ ପ୍ରସ୍ତାବ ଦେଇଥିଲେ । ଅଭିନବ ଟେକ୍ନୋଲୋଜି ବ୍ୟବହାର କରି ଇସ୍ପାତ ଉପôାଦନ କରିବାରେ ଡେଡୋ ବିଶ୍ୱର ଅନ୍ୟତମ ବୃହତମ କମ୍ପାନି । ଏହା ଉଚ୍ଚକୋଟୀର ସାମଗ୍ରୀ, ଚୁମ୍ବକୀୟ ସାମଗ୍ରୀ, ଅଟୋମୋବାଇଲ ଉଦ୍ୟୋଗ ଓ ଶିଳ୍ପଭିତ୍ତିକ ଉପକରଣ କାରବାର କରେ । ବିଭିନ୍ନ ସହଯୋଗୀ କମ୍ପାନି ଓ ଯୌଥ ଉଦ୍ୟୋଗ କାରଣରୁ ଡେଡୋ ଇସ୍ପାତର ସ୍ଥିତି ଭାରତରେ ବେଶ୍ ଭଲ ରହିଛି ।
ଶ୍ରୀ ପ୍ରଧାନ ନିପ୍ପନ ଷ୍ଟିଲ୍ର ବିଶ୍ୱ ବ୍ୟବସାୟିକ ବିକାଶ ଦଳର କାଟସୁହିରୋ ମିଆମୋଟୋ ଓ ତାଇସୁକ୍ ନୋମୁରାଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ନୂଆ ଭାରତ ନିର୍ମାଣ ସହ ଦେଶର ବିକାଶରେ ନିଜ ଉପସ୍ଥିତି ଜାହିର ଉଦେ୍ଧଶ୍ୟରେ ଭାରତରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ନିପ୍ପନ ଭାରତରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ନିପ୍ପନ ଷ୍ଟିଲ୍ ନିର୍ମାଣ କ୍ଷେତ୍ର, ଅଟୋମୋବାଇଲ ଶିଳ୍ପ, ଲୋକୋମୋଟିଭ୍ ଓ ଜାହାଜ ନିର୍ମାଣ ପାଇଁ ଇସ୍ପାତ ଯୋଗାଇଥାଏ ।
ଗସ୍ତ ଅବସରରେ ଇସ୍ପାତ ମନ୍ତ୍ରୀ ଜେଇଏଫ୍ ଇସ୍ପାତର ଉପସଭାପତି ମାସାୟୁକି ହିରୋଜଙ୍କୁ ଭେଟିଛନ୍ତି । ଭାରତୀୟ ଇସ୍ପାତ କ୍ଷେତ୍ର ସହ ଜେଇଏଫ୍ ଦୀର୍ଘକାଳୀନ ସହଯୋଗୀ ହୋଇଥିବା ବେଳେ ଏହା ଭାରତରେ ନିଜ ଉଦ୍ୟୋଗ ସମ୍ପ୍ରସାରଣ ପାଇଁ ଇଚ୍ଛୁକ ଅଛି । ପୁଞ୍ଜିନିବେଶ ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ହୋଇଥିବା ବେଳେ ବୃହତ ବଜାର, ଚାହିଦା ଓ ଅନୁକୂଳଯୁକ୍ତ ବ୍ୟବସାୟିକ ପରିବେଶ ହୋଇଥିବା ଭାରତରେ ଅଧିକ ପୁଞ୍ଜିନିବେଶ ପାଇଁ ଶ୍ରୀ ପ୍ରଧାନ ଜେଇଏଫ୍ ଷ୍ଟିଲ୍ ଉପସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons