ଜାପାନ ଓପନ: ସେମିରେ ହାରିଲେ ପ୍ରଣିଥ

Get real time updates directly on you device, subscribe now.

ଟୋକିଓ: ଚଳିତ ଜାପାନ ଓପନ ବ୍ୟାଡମିଣ୍ଟନରେ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି । ପୁରୁଷ ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରବେଶ କରି ବି. ସାଇ ପ୍ରଣିତ ଚାମ୍ପିଅନ ହେବାର ଆଶା ଉଜ୍ଜୀବିତ କରିଥିଲେ । ମାତ୍ର ସେ ଆଜି ସେମି ଫାଇନାଲରେ ବିଶ୍ୱର ଏକ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ ଠାରୁ ୧୮-୨୧, ୧୨-୨୧ ଗେମ୍ରେ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ୪୫ ମିନିଟ୍ ଧରି ମୁକାବିଲା ହୋଇଥିଲା । ପ୍ରଥମ ଗେମ୍ରେ ପ୍ରଣିଥ କଡ଼ା ସଂଘର୍ଷ କରିଥିଲେ ବି ଜିତି ପାରି ନଥିଲେ । ଦ୍ୱିତୀୟ ଗେମ୍ରେ ତାଙ୍କ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଥିଲା । ଉଭୟଙ୍କ ମଧ୍ୟରେ ପୂର୍ବରୁ ୪ ଥର ମୁକାବିଲା ହୋଇଥିଲା । ୨୦୧୩ରେ ପ୍ରଣିଥ ୨ ଥର କେଣ୍ଟୋଙ୍କୁ ପରାଜିତ କରିଥିଲେ । ପରେ ୨୦୧୮ ଓ ୨୦୧୯ରେ ଉଭୟଙ୍କ ମଧ୍ୟରେ ଦୁଇଥର ମୁକାବିଲା ହୋଇଥିଲା । ଏଥିରେ କେଣ୍ଟୋ ବିଜୟ ଲାଭ କରିଥିଲେ । ସିଙ୍ଗାପୁର ଓପନରେ ମଧ୍ୟ କେଣ୍ଟୋ ପ୍ରଣିଥଙ୍କୁ ହରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons