ଜାପାନ ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସାକ୍ଷାତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜାପାନର ଅର୍ଥ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ହିରୋସୀ କାଜିୟାମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଏକ ଫଳପ୍ରଦ ବୈଠକ ନୂଆଦିଲ୍ଲୀଠାରେ ମଙ୍ଗଳବାର ହୋଇଯାଇଛି । ଏହି ଆଲୋଚନା କାଳରେ ଭାରତ ଓ ଜାପାନ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଉଭୟ ମନ୍ତ୍ରୀ ଉର୍ଜା ଓ ଇସ୍ପାତ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି, ଜାପାନର ଅନେକ ଇସ୍ପାତ କମ୍ପାନି ଭାରତୀୟ କମ୍ପାନିଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି । ଏହା ଦ୍ୱାରା ବିଗତ ଦିନମାନଙ୍କରେ ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି । ଏହି ଅବସରରେ ଜାପାନର ମନ୍ତ୍ରୀ ଏଲ୍ଏନ୍ଜି କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଜାପାନର କମ୍ପାନିଗୁଡ଼ିକ ଭାରତର ତୈଳ, ଗ୍ୟାସ କ୍ଷେତ୍ରରେ ସହଯୋଗୀ ହେବାକୁ ଇଚ୍ଛୁକ ଥିବା ସେ କହିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି, ବିଶ୍ୱର ଅଗ୍ରଗତି ତଥା ବ୍ୟାବସାୟିକ କାରବାର ପାଇଁ ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ । ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ ତାଲିକାରେ ଭାରତ ଗତ ୩ ବର୍ଷରେ ୬୭ତମ ର୍ୟାଙ୍କରୁ ୬୩ତମ ର୍ୟାଙ୍କରେ ପହଞ୍ଚିଛି ।
ଶ୍ରୀ ପ୍ରଧାନ କହିଛନ୍ତି, ଜାପାନ ଦୀର୍ଘମିଆଦୀ ଚୁକ୍ତି ଜରିଆରେ ଭାରତଠାରୁ ଲୁହାପଥର ଆମଦାନି କରୁଥିବା ବେଳେ ଭାରତ ଜାପାନଠାରୁ ମୂଲ୍ୟବାନ ଇସ୍ପାତ ଆମଦାନି କରୁଛି । ୨୦୨୪ ସୁଦ୍ଧା ଭାରତ ଦେଶର ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ପାଇଁ ୧୬୦୦୦ କୋଟି ଡଲାର ପୁଞ୍ଜିନିବେଶ କରିବ । ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତ ଲକ୍ଷ୍ୟ ହାସଲ କଲେ ଇସ୍ପାତ ଶିଳ୍ପ ବୃଦ୍ଧି ହେବ । ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଭିତ୍ତିଭୂମି ବିକାଶ ପାଇଁ ୧.୪ ଟ୍ରିଲିୟନ ଡଲାର ପୁଞ୍ଜିନିବେଶ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାସହ ଜାପାନର କାର୍ଯ୍ୟଶୈଳୀ, ନୂଆ ନୂଆ ଯନ୍ତ୍ରପାତି ତିଆରି କରିବାର ଉତ୍ସାହ ଏବଂ ଶିଳ୍ପ ଉଦ୍ୟୋଗକୁ ପ୍ରଶଂସା କରିବା ସହ ଏହି ଅବସରରେ ଶ୍ରୀ ପ୍ରଧାନ ଜାପାନର ଶକ୍ତି ଓ ଇସ୍ପାତ କମ୍ପାନିଗୁଡ଼ିକୁ ଭାରତରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons