ଜିଏସ୍ଟିରେ ବି ଚାଷୀକୁ ଅଣଦେଖା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ ଚାଷୀର କାର୍ଯ୍ୟ ସବୁବେଳେ ପ୍ରଶଂସାହୀନ ଓ ଅଣପୁରସ୍କୃତ ରହିଆସିଥିବା ସଭିଏଁ ଜାଣନ୍ତି । ସ୍ୱାଧୀନତା ପରଠାରୁ ବିଭିନ୍ନ ସରକାରଙ୍କ ଦ୍ୱାରା ପଞ୍ଚବାର୍ଷିକ ଯୋଜନା ଅବଧିରେ ମଧ୍ୟ ଅଣଦକ୍ଷ ନୀତି ତଥା ସେଗୁଡ଼ିକର ଅଣଦକ୍ଷ କାର୍ଯ୍ୟକାରିତା ଯୋଗୁ ଭାରତୀୟ ଚାଷୀ ଆଶାହୀନ ରହିଥିଲା ।
ସବୁ ପ୍ରକାର ବ୍ୟବସାୟରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଥିବା ଦ୍ରବ୍ୟ ଓ ସେବା କର (ଜିଏସ୍ଟି) କାର୍ଯ୍ୟକାରୀ ପରେ ଚାଷୀର ଦୁର୍ଦ୍ଧଶା ସାମାନ୍ୟ ପରିବର୍ତ୍ତନ ହୋଇଛି । କିନ୍ତୁ ଏକ ପରିସଂଖ୍ୟାନ ଦର୍ଶାଇଛି, ଜିଏସ୍ଟି ଆସିବା ପରେ ମଧ୍ୟ ଦେଶର ମୋଟ ନିଯୁକ୍ତିରେ ୫୦ଧ ଅଂଶୀଦାର ଥିବା କୃଷିକ୍ଷେତ୍ର ବା ଚାଷୀ ଅବହେଳିତ ଓ ଅଣଦେଖାର ଶିକାର ହୋଇଛି ।
ପ୍ରାକ୍-ଜିଏସ୍ଟି ଅବଧି ଭଳି ଏବେ ମଧ୍ୟ କୃଷିକ୍ଷେତ୍ର ସରକାରଙ୍କ ଅସ୍ପଷ୍ଟ ନୀତିର ଶିକାର ହୋଇଛି । ଜିଏସ୍ଟି ପରବର୍ତ୍ତୀ ସମୟରେ ଚାଷୀ ହେଉଛି ଏକମାତ୍ର ବ୍ୟବସାୟୀ ଯିଏ କି ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାବିରୁ ବଞ୍ଚିତ ହୋଇଛି । କିନ୍ତୁ ଏହି ବ୍ୟବସ୍ଥାରେ ମାନୁଫାକ୍ଚରର ଠାରୁ ଆରମ୍ଭ କରି ସବୁ ପ୍ରକାର ବ୍ୟବସାୟୀଙ୍କୁ ଉପôାଦର ବିକ୍ରି ଉପରେ ପ୍ରଦାନ କରାଯାଉଥିବା ଜିଏସ୍ଟିରୁ ସର୍ବବୃହତ ବୋନସ୍ ଆଇଟିସି ଦାବିର ଅନୁମତି ଦିଆଯାଇଛି ।
ଏଭଳି ଆଇଟିସିରୁ ବଞ୍ଚିତ ହୁଏ ଚାଷୀ
ଯେତେବେଳେ ବୁଣା ଋତୁ ଆରମ୍ଭ ହୁଏ, ଚାଷୀ କୀଟନାଶକ, ସାର ଓ ଅନ୍ୟ କୃଷି କଞ୍ଚାମାଲ କିଣିବାକୁ ଦୋକାନକୁ ଯାଇଥାଏ । ସେ ଏସବୁ ଜିନିଷକୁ ଫସଲ ଉପôାଦନ ପାଇଁ ବ୍ୟବହାର କରିଥାଏ । ଯଦି ସବୁ କିଛି ଠିକ୍ ରହେ, ଭଲ ଅମଳ ହୁଏ ଓ ଏହାକୁ ବିକ୍ରି କରି ଅର୍ଥ ଉପାର୍ଜନ କରିଥାଏ ।
ଯେତେବେଳେ ଚାଷୀ କୀଟନାଶକ ଓ ସାର କିଣିଥାଏ, ଏହା ସବୁକିଛି ଖୁଚରା ଦୋକାନରୁ କିଣିଥାଏ ଓ ଏଥିପାଇଁ ସର୍ବାଧିକ ପରିମାଣର ଜିଏସ୍ଟି ଦେଇଥାଏ । କୀଟନାଶକ କ୍ରୟ ଉପରେ ଏହା ସର୍ବାଧିକ ୧୮ଧ ଜିଏସ୍ଟି ପ୍ରଦାନ କରିଥାଏ । କଞ୍ଚାମାଲ ନିର୍ମାତା ହେଉ ବା ବ୍ୟବସାୟୀ ଅଥବା ଚାଷୀ, ସଭିଏଁ ନିଜ ସାମଗ୍ରୀ ଉପôାଦନ ପାଇଁ କଞ୍ଚାମାଲ ଉପରେ ଜିଏସ୍ଟି ଦେଇଥାନ୍ତି ।
କିନ୍ତୁ ଯେତେବେଳେ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପ୍ରସଙ୍ଗ ଆସେ, ଏଠି ସବୁ ବ୍ୟବସାୟୀ ଓ ଚାଷୀଙ୍କ ମଧ୍ୟରେ ସମାନତାର ଶେଷ ହୁଏ । କଞ୍ଚାମାଲ ନିର୍ମାତା ବା ବ୍ୟବସାୟୀ ଆଇଟିସି ଦାବି ଜରିଆରେ ପ୍ରଦାନ କରିଥିବା ନିଜ ଜିଏସ୍ଟି ବୋଝକୁ କମାଇଥାଏ । ହେଲେ ଚାଷୀ କ୍ଷେତ୍ରରେ ଏହି ବାଟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।
କାହିଁକି ଚାଷୀ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ଦାବି କରିପାରିବ ନାହିଁର ପ୍ରଶ୍ନର ବି ବେଶ୍ ସରଳ । କାରଣ ଚାଷୀ ଉପôାଦନ କରୁଥିବା କୃଷି ଉପôାଦ ଉପରେ ଜିରୋ ବା ଶୂନ ଜିଏସ୍ଟି ଲାଗୁ ହେଉଛି, ଏଣୁ ଚାଷୀ ପାଇଁ ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବି ଶୂନ ରହିଛି ।
ଏହା ଅର୍ଥ ସାର ନିର୍ମାତା ଓ ଅନ୍ୟ କୃଷିକ୍ଷେତ୍ର କଞ୍ଚାମାଲ ନିର୍ମାତା ଆଇଟିସି ଦାବି କରିପାରିବେ, କିନ୍ତୁ ଚାଷୀ କରିପାରିବ ନାହିଁ । ଏଭଳି ଭାବେ ଚାଷୀ ହେଉଛି ଦେଶର ଏକମାତ୍ର ବ୍ୟବସାୟୀ, ଯିଏ କି ଜିଏସ୍ଟିର ସର୍ବବୃହତ ବୋନସ୍ ‘ଆଇଟିସି’ରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛି ।
ସୂଚନା ଥାଉକି, ଦେଶର କୃଷିକ୍ଷେତ୍ର ନିୟୋଜିତ ହୋଇଥିବା ଚାଷୀମାନେ ଚାଷକାର୍ଯ୍ୟ ପାଇଁ କଞ୍ଚାମାଲ କିଣିବା ବେଳେ ବାର୍ଷିକ ପ୍ରାୟ ୧୪,୫୦୦ କୋଟି ଟଙ୍କାର ଜିଏସ୍ଟି ପ୍ରଦାନ କରୁଛନ୍ତି । ଏପରିକି ସେମାନେ ଦେଶର ୧୩୫ କୋଟି ଜନତାଙ୍କୁ ଖାଦ୍ୟ ଯୋଗାଇବା ସହ ରପ୍ତାନିରେ ଏକ ବଡ଼ ଅଂଶୀଦାର ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons