ଛତ୍ରପୁର, (ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦେବୀ ପୀଠ ମା’ ତାରାତାରିଣୀ ମନ୍ଦିର ଖୋଲିବା ନେଇ ବିଜେପି ଗଞ୍ଜାମ ଏବଂ ଘୁମୁସର ଜିଲ୍ଲା କର୍ମକର୍ତ୍ତାମାନେ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭେଟିଥିଲେ । ସେମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନିତା ଶୁଭଦର୍ଶନୀ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ମନୋରଞ୍ଜନ ଦ୍ୟାନସାମନ୍ତରା, ସୁରଥ ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ । ସର୍ବଭାରତୀୟ ସ୍ତରରେ ୫୧ଟି ଶକ୍ତି ପୀଠ ମଧ୍ୟରୁ ତାରାତାରିଣୀ ମନ୍ଦିର ଅନ୍ୟତମ । ନିକଟରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଷ୍ଟିଲ୍ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାରାତାରିଣୀ ମନ୍ଦିର ସମେତ ରାଜ୍ୟର ଅନ୍ୟ କିଛି ପ୍ରମୁଖ ପୀଠ ଖୋଲିବା ତଥା ୫ଟି ପ୍ରସିଦ୍ଧ ମନ୍ଦିରର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତେଣୁ ପୀଠ ଦର୍ଶନାର୍ଥୀଙ୍କ ଉଦେ୍ଧଶ୍ୟରେ ଶୀଘ୍ର ଖୋଲିବା ବ୍ୟବସ୍ଥା କରାଯାଉ ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ବିଜୟ ସ୍ୱାଇଁ, ଛତ୍ରପୁର ପ୍ରଭାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ବିଜେପି ବରିÂ ନେତା ପ୍ରଦୀପ କୁମାର ପାଢୀ, ପଦ୍ମଚରଣ ସାହୁ, ଶିଶିର କୁମାର ମିଶ୍ର ଏବଂ ବୃନ୍ଦାବନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.