ଜିଲ୍ଲାପାଳଙ୍କ ଗ୍ଲୋକାଲ୍ ହସପିଟାଲ୍ ପରିଦର୍ଶନ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ସ୍ଥାନୀୟ ଗ୍ଲୋକାଲ୍ ହସପିଟାଲ ପରିଦର୍ଶନ କରିଛନ୍ତି । ଖରାପ ହୋଇ ପଡ଼ିଥିବା ସିଟିସ୍କାନ୍ ମେସିନ୍ ମରାମତି କରି ପୁନଃକାର୍ଯ୍ୟକ୍ଷମ କରବାକୁ ଗୁରୁତ୍ୱାରୋପ କରିଛନ୍ତି । ମେସିନ୍ କାମ କଲେ ସରକାରୀ ଡାକ୍ତରଖାନାରୁ ଆସୁଥିବା ରୋଗୀଙ୍କ ସିଟିସ୍କାନ୍ ହୋଇପାରିବ । ଏଥିଲାଗି ପଦକ୍ଷେପ ନେବାକୁ ଡାକ୍ତରଖାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଦରକାର ପଡିଲେ ହସପିଟାଲକୁ କୋଭିଡ୍ ରୋଗୀ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ଶ୍ରୀ ଅଖତର କହିଛନ୍ତି ।
ଶ୍ରୀ ଅଖତର ଆଜି ମଧ୍ୟାହ୍ଣରେ ଗ୍ଲୋକାଲ୍ ହସପିଟାଲରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ଉପଜିଲ୍ଲାପାଳ ହେମକାନ୍ତ ସୟ, ସିଡିଏମ୍ଓ ଡାକ୍ତର ମକରନ୍ଦ ବେଉରା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢି, ଏସଡିପିଓ ଅରୂପ ଅଭିଶେକ ବେହେରା ପ୍ରମୁଖ । ଡାକ୍ତରଖାନାରେ ପହଞ୍ଚି ପରିସର ବୁଲି ଦେଖିଥିଲେ । ସିଟିସ୍କାନ୍ କକ୍ଷ ଯାଇ ମେସିନ୍ ଦେଖିଥିଲେ । ସମସ୍ୟା ସମ୍ପର୍କରେ ହସପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମେସିନ ମରାମତି କରିବାକୁ ପରାମର୍ଶ ଦେବା ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ କୋଭିଡ୍ ହସପିଟାଲ ପରିଦର୍ଶନ କରି କୋରାପୁଟ ଚାଲି ଯାଇଥିଲେ । ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଡିପିଏମ୍ ଶୁଭକାନ୍ତ ଗନ୍ତାୟତ, ଜିଲ୍ଲା ହସପିଟାଲ ମ୍ୟାନେଜର ବିଭାବସୁ ରାଉତ, ଗ୍ଲୋକାଲ ହସପିଟାଲର ଡାକ୍ତର ଚିନ୍ମୟ ସାମନ୍ତସିଂହାର, ମ୍ୟାନେଜର ଶୁଭ୍ରାଂଶୁ ଗୁମାନସିଂ ପ୍ରମୁଖଙ୍କ ସହ ହସପିଟାଲ ଏବଂ ପୌର କର୍ମଚାରୀ ଉପସ୍ଥିତ ଥିଲେ ।
ଏ ସମ୍ପର୍କରେ ଗ୍ଲୋକାଲ ହସପିଟାଲ କର୍ତ୍ତୃପକ୍ଷ ଶ୍ରୀ ଗୁମାନସିଂ କହିଛନ୍ତି, ଖରାପ ହୋଇ ପଡିଥିବା ସିଟିସ୍କାନ୍ ମେସିନ ମରାମତି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜୟପୁରରେ ମେସିନ୍ ରହି ମଧ୍ୟ ଏହା ଲୋକଙ୍କ ସେବାରେ ଆସୁ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲା ଏବଂ କୋଭିଡ୍ ହସପିଟାଲରୁ ସିଟିସ୍କାନ୍ ଲାଗି ରୋଗୀଙ୍କୁ କୋରାପୁଟ ରେଫର୍ କରାଯାଉଛି । ଯାହା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଲାଗି ସମସ୍ୟା ହେଉଛି । ଏଠାରେ ଥିବା ମେସିନ୍ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି । ତେଣୁ କମ୍ପାନୀକୁ କହି କିମ୍ବା ନିଜେ ଟଙ୍କା ଖର୍ଚ୍ଚ କରି ମରାମତି କରିବାକୁ ପରାମର୍ଶ ଦେଇଥିଲେ । ମେସିନ୍ କାର୍ଯ୍ୟକ୍ଷମ ହେଲେ ସରକାରୀ ଡାକ୍ତରଖାନାରୁ ସିଟିସ୍କାନ୍ ଲାଗି ଆସୁଥିବା ରୋଗୀଙ୍କ ପରୀକ୍ଷା ଖର୍ଚ୍ଚ ପ୍ରଶାସନ ବହନ କରିବ । ଘରୋଇ ରୋଗୀ ମଧ୍ୟ ଉପକୃତ ହୋଇପାରିବେ । ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons