କୋରାପୁଟ: କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ନନ୍ଦପୁର ବ୍ଲକ୍ର ଚାଟୁଆ ଓ ଜଲାପୁଟ ଡ୍ୟାମ୍ ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ଇକୋ ଟୁରିଜମ୍ କ୍ଷେତ୍ରର ବିକାଶ କରିବା ଲାଗି ଭିତ୍ତିଭୂମି ତଦାରଖ କରିଥିଲେ । ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପର୍ଯ୍ୟଟନସ୍ଥଳୀ ବିକାଶ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତହସିଲଦାର ନରସିଂହ ଗାଦବା ଉପସ୍ଥିତ ରହି ଜଲାପୁଟ ଡ୍ୟାମ୍ ଅଞ୍ଚଳ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.