ଜିଲ୍ଲାପାଳଙ୍କ ନିଦେ୍ର୍ଧଶ: ଭେଟିବାକୁ ଆସୁଥିବା ପରିବାରଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ଭର୍ତ୍ତି କରିଦିଅ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ସୁରଟ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସେଠାକୁ ନଯିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଏହାକୁ ଅବମାନନା କରି କେହି ଦେଖା କରିବାକୁ ଯାଆନ୍ତି, ତାହାହେଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖି ଦିଆଯିବ । ଗୁରୁବାର ଏପରି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଗୁରୁବାର ସୁଦ୍ଧା ରାଜ୍ୟରେ ୨୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ୨୧ । ଗୁରୁବାର ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରଟ ଫେରନ୍ତା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି । ତେବେ ଏହାକୁ ଗଞ୍ଜାମ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଛନ୍ତି । କରୋନା ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଗୁରୁବାର ସୁଧା ଗଞ୍ଜାମକୁ ୧୨ଟି ଟ୍ରେନ୍ ଓ ୨୮୩ଟି ବସ୍ରେ ୨୭ ହଜାର ପ୍ରବାସୀ ଜିଲ୍ଲାକୁ ଆସିଲେଣି । ଆଗକୁ ଆହୁରି ଆସିବେ । ତେବେ କେତେ ଆସିବେ ସେନେଇ ନିର୍ଦ୍ଧିଷ୍ଟ ତଥ୍ୟ ନାହିଁ । ବର୍ତ୍ତମାନ ଯାଏଁ ଚିହ୍ନଟ ହୋଇଥିବା ସମସ୍ତ ୨୧ ଜଣ ସୁରଟ ଫେରନ୍ତା । ପ୍ରବାସୀଙ୍କ ପାଇଁ ପ୍ରତିÂା କରାଯାଇଛି କ୍ୱାରେଣ୍ଟାଇନ୍ କେନ୍ଦ୍ର । ସେଠାକୁ ପରିବାର ଲୋକ ଯାଆନ୍ତୁ ନାହିଁ । ସଂପର୍କୀୟଙ୍କୁ ଦେଖା କରିବାକୁ କ୍ୱାରେଣ୍ଟାଇନ୍କୁ ଗଲେ କାର୍ଯ୍ୟାନୁÂାନ ହେବ । ଦେଖା କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ ଆମେ କ୍ୱାରେଣ୍ଟାଇନ୍ରେ ରଖିବୁ । ନଚେତ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁÂାନ ହେବ । ରେଡ୍ ଜୋନ୍ ଘୋଷଣା ପରେ ଖୁବ୍ଶୀଘ୍ର ନୂଆ ନିୟମ ଜାରି ହେବ । ଗୁରୁବାର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons