ଜିଲ୍ଲାରେ ବଢ଼ୁଛି ଆଳୁ ଚାଷ

Get real time updates directly on you device, subscribe now.

କୋରାପୁଟ: ଉତ୍ତମ ମାଟି, ଭଲ ବିହନ ଯୋଗୁ ଜିଲ୍ଲାରେ ଆଳୁ ଚାଷ ବଢିବାରେ ଲାଗିଛି । ଚଳିତବର୍ଷ ଜିଲ୍ଲାରେ ୨୫ଶହ ଏକରରେ ଖରିଫ ଆଳୁ ଚାଷ ପାଇଁ ଲକ୍ଷ୍ୟ ରହିଛି । ଏଥିପାଇଁ ଚାଷୀ ଜମି ପ୍ରସ୍ତୁତ ଶେଷ କରିଥିବା ବେଳେ ଆଜି ପଞ୍ଜାବରୁ କୁଫ୍ରିଜ୍ୟୋତି ବିହନ କୋରାପୁଟ ଓ ସେମିଳିଗୁଡ଼ା ବ୍ଲକର ଚାଷୀଙ୍କ ପାଖରେ ପହଞ୍ଚିଛି । ଗତବର୍ଷ ଏହି କିସମର ଆଳୁ ଚାଷକରି ଜିଲ୍ଲାର ବିଭିନ୍ନବ୍ଲକର ଚାଷୀମାନେ ଭଲ ଲାଭ ପାଇବା ପରେ ଚଳିତବର୍ଷ ଅଧିକ ଜମିରେ ଚାଷ ପାଇଁ ସେମାନେ ଆଗଭର ହୋଇଛନ୍ତି । ଗତବର୍ଷ ଖରିଫରେ ୨ହଜାର ଏକର ଜମିରେ ଆଳୁ ଚାଷ ହୋଇଥିବା ବେଳେ ଏଥର ଆଉ ୫ଶହ ଏକର ଜମିରେ ଏହି ଚାଷ ପାଇଁ ଜମି ପ୍ରସ୍ତୁତି ଶେଷ ହୋଇଛି ।
କୋରାପୁଟ ଫାର୍ମର ଆସୋସିଏସନ ସମ୍ପାଦକ ଶରତ ପଟ୍ଟନାୟକ କହିଛନ୍ତି, ଜିଲ୍ଲାରେ ଆଳୁ ଚାଷ ପାଇଁ ଉପଯୁକ୍ତ ଜମି ରହିଛି । ଅଧିକାଂଶ ବ୍ଲକରେ ଅଳ୍ପବହୁତ ଆଳୁଚାଷ ହେଉଛି । ତେବେ ନନ୍ଦପୁର, ପଟ୍ଟାଙ୍ଗି, ସେମିଳିଗୁଡ଼ା, ଲମତାପୁଟ, ଦଶମନ୍ତପୁର ଏବଂ ଲକ୍ଷ୍ମୀପୁର ବ୍ଲକରେ ଅଧିକ ଚାଷ ହେଉଛି । ନିଗିଡା ଜମି ଓ ବାଲିଆ ଦୋରସା ମାଟି ଆଳୁ ଚାଷ ପାଇଁ ଉପଯୁକ୍ତ ହୋଇଥିବାରୁ ଏହି ଅଞ୍ଚଳରେ ଚାଷୀ ଆଳୁଚାଷ କରି ଲାଭବାନ ହୋଇପାରୁଛନ୍ତି । ଜିଲ୍ଲାରେ ଆଳୁ ଚାଷ ପାଇଁ ଖରିଫରେ ୫ହଜାର ହେକ୍ଟର ଏବଂ ରବିରେ ୩ହଜାର ହେକ୍ଟର ଉପଯୁକ୍ତ ଜମି ରହିଛି । କିନ୍ତୁ ଚାଷୀମାନେ ଖରିଫରେ ୨ହଜାର ଏକର ଜମିରେ ଚାଷ କରି ଆସୁଥିଲେ । ଗତବର୍ଷ କୁଫ୍ରିଜ୍ୟୋତି ଆଳୁ ବିହନ ଚାଷ କରି ଭଲ ଲାଭ ପାଇବା ପରେ ଏଥର ୫ଶହ ଏକର ଅଧିକ ଜମିରେ ଏହି ଚାଷ ପାଇଁ ବିହନ ନେବାକୁ ଚାଷୀ ଯୋଗାଯୋଗ କରିଛନ୍ତି ।
ଜିଲ୍ଲାରେ ୨୦୧୫-୧୬ରେ ଆଳୁ ମିଶନର ସମନ୍ୱ୍ୱୟ ଅଭାବରୁ ଏହା ଫେଲ ମାରିଥିଲା । ଗୋଟିଏ ପଟେ ଶୀତଳ ମଣ୍ଡାର ନଥିବା ବେଳେ ଅନ୍ୟପଟେ ଚାଷୀଙ୍କ ପାଖରେ ସବ୍ସିଡ଼ି ବିହନ ଠିକ୍ ସମୟରେ ପହଞ୍ଚି ନଥିଲା । ଫଳରେ ଆଳୁ ଚାଷ ମିଶନ ଫେଲ ମାରିଥିଲା । ଏବେ କିନ୍ତୁ ପରିସ୍ଥିତି ବଦଳିଛି । ଆନ୍ତର୍ଜାତୀୟ ଆଳୁ ଗବେଷଣା କେନ୍ଦ୍ର ଓ ରାଜ୍ୟ ଉଦ୍ୟାନ ବିଭାଗର ସହଯୋଗରେ ଏଥର ଖରିଫରେ ସେମିଳିଗୁଡ଼ା ବ୍ଲକରେ ୫ଶହ ଏକର, ନନ୍ଦପୁର ବ୍ଲକରେ ୮ଶହ, ପଟ୍ଟାଙ୍ଗି ବ୍ଲକରେ ୪ଶହ, କୋରାପୁଟ, ଲମତାପୁଟ ବ୍ଲକରେ ୨ଶହ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଆଦି ବ୍ଲକରେ ଶହେ ଏକର ଲେଖାଏଁ ଚାଷ ପାଇଁ ଜମି ପ୍ରସ୍ତୁତି ସରିଛି । ପଞ୍ଜାବରୁ ଆଜି ଟ୍ରକ୍ରେ ଆଳୁ ବିହନ ପହଞ୍ଚିବା ପରେ କୋରାପୁଟ ବ୍ଲକ ଓ ସେମିଳିଗୁଡ଼ା ବ୍ଲକର ଚାଷୀମାନଙ୍କୁ ଏହା ପ୍ରଦାନ କରାଯାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ସେହିପରି ଜିଲ୍ଲା ଉଦ୍ୟାନ ବିଭାଗ ଉପ ନିଦେ୍ର୍ଧଶକ ସର୍ବେଶ୍ୱର ବାଗୁଡେ଼ଇ କହିଛନ୍ତି, ଚଳିତ ଖରିଫରେ ଜିଲ୍ଲାରେ ସରକାରୀଭାବେ ୧୨ ଶହ ହେକ୍ଟର ଜମିରେ ଚାଷ ପାଇଁ ଚାଷୀଙ୍କୁ ସବ୍ସିଡିÿ ବିହନ ଦିଆଯିବ । ଜିଲ୍ଲାର ୨୫ଶହ ଚାଷୀଙ୍କୁ ଅଧା ଏକର ଆଳୁ ଚାଷ ପାଇଁ ୫୦ ପ୍ରତିଶତ ସବ୍ସିଡିରେ ÿ ବିହନ ପ୍ରଦାନ କରାଯିବ । ପୂର୍ବାପେକ୍ଷା ଜିଲ୍ଲାରେ ଆଳୁ ଚାଷ ବଢ଼ୁଛି । ଆଳୁ ବିହନରେ ସବ୍ସିଡିÿ ଅଧିକ ମିଳିଲେ ଆହୁରି ଅଧିକ ଜମିରେ ଚାଷ ପାଇଁ ଚାଷୀ ଆଗଭର ହେବେ ବୋଲି ସେ କହିଛନ୍ତି । କୃଷିବିତ୍ ଉମାକାନ୍ତ ନାୟକ ବର୍ମା କହିଛନ୍ତି, ଜିଲ୍ଲାରେ ଆଳୁ ଚାଷ ପାଇଁ ଉତ୍ତମ କିସମ ଜମି ରହିଛି । କୋରାପୁଟ ଜଳବାୟୁରେ ସାଧାରତଃ ଚାଷୀମାନେ ଗୋଟା ଆଳୁ ବିହନ ପୋତିଥାନ୍ତି । ଏହା ଦ୍ୱାରା ଏକର ପିଛା ୬ କୁ୍ୟଣ୍ଟାଲ ବିହନ ଖର୍ଚ୍ଚ ହୋଇଥାଏ । କିନ୍ତୁ ଫସଲ ଭଲ ହୁଏ । ତେଣୁ ସରକାର ପୁଣିଥରେ ଆଳୁ ଚାଷ ପାଇଁ ସ୍ୱତନ୍ତ୍ରଭାବେ ଚାଷୀଙ୍କୁ ସୁହାଇଲାଭଳି ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଏହା ହୋଇପାରିଲେ ଆଳୁ ଉତ୍ପାଦନରେ ଏହି ଜିଲ୍ଲାର ଏକ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି ଶ୍ରୀ ନାୟକ ବର୍ମା କହିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons