ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ନୂଆ ସମ୍ପାଦିକା ଭାବେ ଅନ୍ନପୂର୍ଣ୍ଣା ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜଗତସିଂପୁର ଜିଲ୍ଲା ମହିଳା କୋର୍ଟର ବରିÂ ଦେୱାନୀ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିଲେ । ବୁଧବାର ନବରଙ୍ଗପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ସଂପାଦିକା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଆଇନଜୀବୀ ସଂଘର ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ବିଧୁଶେଖର ତ୍ରିପାଠୀ, କାର୍ଯ୍ୟନିର୍ବାହୀ ସଦସ୍ୟା ମିନାକ୍ଷୀ ପାଢ଼ୀ, ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ଶ୍ୟାମ ପ୍ରସାଦ ଗନ୍ତାୟତ, ଅତିରିକ୍ତ ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ସହକାରୀ ସରକାରୀ ଅଧିବକ୍ତା ସିରାଜୁଦ୍ଧିନ ଅହମ୍ମଦ, ହରିନାରାୟଣ ବେହେରା, ଜେନିଫର ସୁନା, ନମିତା ପଟ୍ଟନାୟକ, ଦେବୀପ୍ରସାଦ ସିଂ, ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.