ନୂଆଦିଲ୍ଲୀ: କରୋନା ଭାଇରସ୍ ସଙ୍କଟ ଭିତରେ ଆଜି ଜି-୨୦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଦେଶର ନେତାଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି। ବୈଠକରେ କରୋନା ଭାଇରସର ମହାମାରୀରୁ ସାରା ବିଶ୍ବକୁ କିଭଳି ରକ୍ଷା କରାଯିବ ସେ ନେଇ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ମୋଦି କହିଥିଲେ, ଏଭଳି ଏକ ମହାମାରୀରୁ ବଞ୍ଚିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)କୁ ସୁଦୃଢ କରିବାକୁ ହେବ।
ମୋଦିଙ୍କ ସହ ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବିଶ୍ବର ସମୃଦ୍ଧି ଓ ସହଯୋଗ ପାଇଁ ଆମର ଦୃଷ୍ଟିକୋଣ ଓ କେନ୍ଦ୍ର ବିନ୍ଦୁରେ ଆର୍ଥିକ ଲକ୍ଷ୍ୟ ସ୍ଥାନରେ ମାନବ ଜାତିକୁ ରଖାଯାଉ। ସେ ମାନବ ଜାତିର ବିକାଶ ପାଇଁ ମେଡିକାଳ ରିସର୍ଚ୍ଚକୁ ସ୍ବତନ୍ତ୍ର ଭାବରେ ଓ ଖୋଲାଖୋଲି ପରସ୍ପର ସହ ତଥ୍ୟ ଆଦାନ ପ୍ରଦାନ କରିବା ନେଇ ଅପିଲ କରିଛନ୍ତି।
Comments are closed, but trackbacks and pingbacks are open.