ଜୀଅନ୍ତା ଜଳିଗଲେ ଧୁଇ ଶିଶୁ

Get real time updates directly on you device, subscribe now.

ନବରଙ୍ଗପୁର (ବି.ବି.ନୁ୍ୟଜ୍): ଆଜି ଅପରାହ୍ନରେ ମକା କୁଡିଆରେ ନିଅାଁ ଲାଗି ୨ ଶିଶୁ ଜୀଅନ୍ତା ଜଳିଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୁରୁସିଂଗା ପଞ୍ଚାୟତର ମଇନାପଧର ଗାଁରେ । ମୃତକମାନେ ହେଲେ ଗାଁର ସାମସନ ସାନ୍ତାଙ୍କ ୪ ବର୍ଷର ଝିଅ ସୁଜାତା ସାନ୍ତା ଓ ପବିତ୍ର ସାନ୍ତାଙ୍କ ୪ ବର୍ଷର ଝିଅ ଆଲିନା ସାନ୍ତା । ମୃତ ଶିଶୁମାନେ ଗୋଟିଏ ପରିବାରର ଧୁଇ ଭାଇଙ୍କ ଝିଅ ବୋଲି ଜଣାପଡିଛି । ମକା ଖଳାରୁ ଧୂଆଁ ଉପରକୁ ଉଠିବା ପରେ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । ସେତେବେଳକୁ ନିଆଁରେ ଜଳି ଉଭୟ ଶିଶୁଙ୍କ ମୃତୁ୍ୟ ଘଟିସାରିଥିଲା । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଧନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ମକା ଫସଲର ଅମଳର ସମୟ । ମକା ବାଡିରୁ ମକା ତୋଳି ଗାଁରୁ ୧ କିମି ଧୂରରେ ଖଳା ତିଆରି କରା ଯାଇଥିଲା । ସେଠାରେ ଜମିରୁ ଚୋପା ସହ ମକାକୁ ଆଣି ଗଧା କରା ଯାଉଥିଲା । ମଞ୍ଜି ଛଡାଇ ଖଳାରେ ମକା ଗଛର ଶୁଖିଲା ଡାଳପତ୍ର ଓ ଧାନର ପାଳକୁ ଜମା କରାଯାଇ କୁଡିଆ( ଲାଡି) କରାଯାଇଥିଲା । ଏହି ଲାଡିରେ ଜମିମାଲିକ ରାତି ଜଗିବା ସହିତ ସେଠାରେ ଚୂଲି ଜାଳି ରୋଷେଇ କରି ଖାଉଥିଲେ । ଆଜି ଅପରାହ୍ନରେ ସାମସନଙ୍କ ୨ଝିଅ ସୁଜାତା ଓ ସାନ ଝିଅ ଅର୍ଚ୍ଚିତା ( ୨) ଏବଂ ତାଙ୍କ ସାନ ଭାଇ ପବିତ୍ରଙ୍କ ୪ ବର୍ଷର ଝିଅ ଆଲିନା ସେଠାରେ ଖେଳୁଥିଲେ । କେମିତି କେଜାଣି ମକା କୁଡିଆ ନିକଟରେ ଥିବା ଚୂଲି ନିଆଁ ଶୁଖିଲା ମକା ଚୋପାରେ ଲାଗିଯାଇଥିଲା । କୁଡିଆ ମୁହଁରେ ନିଅାଁ ଲାଗି ଯିବା ବେଳେ ୩ ଶିଶୁ ଭିତରେ ଫସି ଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କୌଣସି ପ୍ରକାରେ ପଧାକୁ ବାହାରି ବର୍ତ୍ତିଯାଇଥିଲା । ହେଲେ ଅନ୍ୟ ୨ ଶିଶୁ କୁଡିଆରୁ ବାହାରି ନପାରି ନିଅାଁରେ ଜୀବନ୍ତ ଧଗ୍ଧ ହୋଇ ଯାଇଥିବା ଗ୍ରାମବାସୀ ସନେ୍ଦହ କରୁଛନ୍ତି । ଖଳାରେ କେହି ନଥିବାରୁ ଶିଶୁଙ୍କୁ ଉଦ୍ଧାର କରାଯାଇ ପାରି ନଥିବା ଗ୍ରାମବାସୀ କହିଛନ୍ତି । ମକାଖଳାରୁ ନିଅାଁ ଜଳି ଧୂଅାଁ ଉପରକୁ ଉଠିବା ପରେ ଗ୍ରାମବାସୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ୨ କୁନି ଶିଶୁଙ୍କ ଜୀବନ ଚାଲିଯାଇଥିଲା । ଅତ୍ୟନ୍ତ ଧୁର୍ଗମ ଅଞ୍ଚଳ ହୋଇଥିବାରୁ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ମିଳି ନଥିଲା । ଫଳରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲେ । ସନ୍ଧ୍ୟାରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ତଧନ୍ତ ଆରମ୍ଭ କରିଛି । ଗୋଟିଏ ପରିବାରର ଧୁଇ ଶିଶୁ ନିଅାଁରେ ଜୀବନ୍ତ ଜଳିଯିବା ଘଟଣା ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons