ଜୀବନ ଲାଞ୍ଜିଗଡ଼,(ବି.ବି.ନୁ୍ୟଜ୍): ଦୁଇଟି ପୃଥକ୍ ଘଟଣାରେ ରେଳ ଧାରଣରୁ ଦୁଇ ଜଣ ଯୁବକଙ୍କ ଖଣ୍ଡବିଖଣ୍ଡିତ ଶବ ଉଦ୍ଧାର ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦୁଇଜଣ ଯାକ ଯୁବକ ରେଳ ଧାରଣାରେ ବେକ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଣେ ଅନ୍ଲାଇନ୍ ଲଟେରୀ ନିଶାରେ ପଡ଼ି ଠକେଇର ଶିକାର ହୋଇଥିବାରୁ ଏବଂ ଅନ୍ୟ ଜଣକ ପାରିବାରିକ ସମସ୍ୟାକୁ ନେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜଣେ ଯୁବକ ଲାଞ୍ଜିଗଡ଼ ସହର ବଜାରପଡ଼ାର ପ୍ରତାପ ବାରିକ (୨୦) ବୋଲି ଚିହ୍ନଟ କରାଯାଇଥିବାବେଳେ ଅନ୍ୟ ଜଣେ ବରଙ୍ଗପୁର ଜିଲ୍ଲା ମଇଦଲପୁରର ଏସ୍. ଗଣପତି ଦୋରା ବୋଲି ଚିହ୍ନଟ କରାଯାଇଛି । ମୃତୁ୍ୟ ପୂର୍ବରୁ ପ୍ରତାପ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ନିଜର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ।
ଦକ୍ଷିଣପୂର୍ବ ରେଳପଥ, ସମ୍ବଲପୁର ଡିଭିଜନ, ରାୟପୁର-ବିଶାଖାପାଟଣା ରେଳ ଲାଇନ ଟିଟିଲାଗଡ଼ ନିକଟରେ ପ୍ରତାପଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ଏହି ରେଳପଥ ଲାଞ୍ଜିଗଡ଼ ରୋଡ ରେଳ ଷ୍ଟେସନର ୧୪୯/୧୧-୧୨ ଖୁଣ୍ଟି ପାଖରେ ଗଣପତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଉଦ୍ଧାର କରିଛି ଟିଟିଲାଗଡ ଜିଆର୍ପି ପୁଲିସ । ଜିଆର୍ପି ସୂଚନା ଅନୁଯାୟୀ, ପ୍ରତାପ ତିନିଦିନ ହେଲା ନିଖୋଜ ଥିଲେ । ଆଜି ସକାଳୁ ଟିଟିଲାଗଡ ରେଳ ଷ୍ଟେସନ ପାଖାପାଖି ରେଳଧାରଣାରେ ତାଙ୍କର ମୃତଦେହ ଦେଖିବାକୁ ମିଳିଥିଲା । କୌଣସି ଏକ ଦ୍ରୁତଗାମୀ ଟ୍ରେନରେ କଟି ତାଙ୍କର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ମୃତ ପ୍ରତାପଙ୍କ ମୋବାଇଲରୁ ମିଳିଥିବା ଏକ ଭିଡିଓରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି । ଏହି ଭିଡିଓରେ ସେ ଅନଲାଇନ୍ ଠକେଇର ଶିକାର ହୋଇଥିବା ସ୍ପଷ୍ଟ କରିଛନ୍ତି । ରାଣାପ୍ରତାପ ସିଂହ ନାମକ ଜଣେ ବ୍ୟକ୍ତି କୌନ ବନେଗା କରୋଡ଼ପତିରେ ଲଟେରୀ ଜିଣିଥିବା ଦର୍ଶାଇ ତାଙ୍କଠାରୁ ବିଭିନ୍ନ ଦଫାରେ ୩୦ ହଜାରରୁ ଅଧିକ ଟଙ୍କା ନେଇଯାଇଥିଲେ । ଫଳରେ ନିରାଶ ହୋଇ ଆତ୍ମହତ୍ୟା କରିଥିବା ସେ ଭିଡିଓରେ ଉଲ୍ଲେଖ କରିଛନ୍ତି । ଜିଆର୍ପି ଏବେ ଶବ ଉଦ୍ଧାର କରିବା ସହ ଉକ୍ତ ମୋବାଇଲ ମଧ୍ୟ ଉଦ୍ଧାର କରିଛି । ଘଟଣାର ତଦନ୍ତ ଚାଲିଥିବା ପୁଲିସ କହିଛି । ସେପଟେ ଖବର ପାଇ ତାଙ୍କ ପରିବାର ଲୋକେ ଟିଟିଲାଗଡ଼ ପହଞ୍ଚିଥିବା ସୂଚନା ମିଳିଛି ।
ସେହିପରି ନବରଙ୍ଗପୁର ଜିଲ୍ଲା ମଇଦଲପୁରର ଏସ୍. ଗଣପତି ଦୋରା ଦୁଇ ତାରିଖରୁ ଭୋଜି କରିବାକୁ ଯାଉଛି କହି ଘରୁ ବାହାରି ଆଉ ଫେରି ନଥିଲେ । ଘରୁ ଯିବାବଳେ ନିଜର ସ୍କୁଟିକୁ ଜଣେ ବନ୍ଧୁଙ୍କୁ ଦେଇ ସେ କୁଆଡେ଼ ଚାଲି ଯାଇଥିଲେ । ଗତ ୧୪ ତାରିଖ ସେ ପିନ୍ଧିଥିବା ଦୁଇଟି ସୁନାମୁଦିକୁ କୋରିୟର ଯୋଗେ ଘରକୁ ପଠାଇଦେଇଥିବା ପରିବାର ଲୋକେ କହିଛନ୍ତି । ତେବେ ପରିବାର ଲୋକେ ଖୋଜାଖୋଜି ସତ୍ତେ୍ୱ ତାଙ୍କୁ ପାଇନଥିବାବଳେ ଆଜି ସକାଳୁ ଲାଞ୍ଜିଗଡ଼ ରୋଡ ଷ୍ଟେସନରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମାର୍ଚ୍ଚରେ ତାଙ୍କର ବିବାହ ଠିକ୍ ହୋଇଥିବାବେଳେ ନିର୍ବନ୍ଧ ମଧ୍ୟ ସରିଥିଲା । ତେବେ କୌଣସି ପାରିବାରିକ ସମସ୍ୟା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ଏ ନେଇ ଟିଟିଲାଗଡ଼ ଜିଆର୍ପି ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଏସ୍ଆଇ ରମେଶ ପାତ୍ର ସୂଚନା ଦେଇଛନ୍ତି ।ନେଲା ଅନ୍ଲାଇନ୍ ଠକେଇ, ପାରିବାରିକ ସମସ୍ୟା
Comments are closed, but trackbacks and pingbacks are open.